ଆଇନଜୀବୀଙ୍କ ଘରୁ ଲୁଟ ଘଟଣାରେ ୩ ଲୁଟେରା ଗିରଫ, ୨୦ ହଜାର ଜବତ

Advertisment
ଆଇନଜୀବୀଙ୍କ ଘରୁ ଲୁଟ ଘଟଣାରେ ୩ ଲୁଟେରା ଗିରଫ, ୨୦ ହଜାର ଜବତ

Sambad

ରାୟଗଡ଼ା: ସହରରୁ ସିରିଜ ଚୋରି ନେଇ ରାୟଗଡ଼ା ପୁଲିସ ଚିନ୍ତାରେ ପଡିଥିବା ବେଳେ ଆଜି ୩ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରାଙ୍କ ନିକଟରୁ ପୁଲିସ ୨୦ ହଜାର ଟଙ୍କା ଜବତ କରିଛି। ଗିରଫ ଲୁଟେରା ମାନେ ହେଲେ ରାୟଗଡ଼ା ନଦୀକନ୍ଧ ସାହିର ସନାତନ ପ୍ରାସ୍କା, ରାଜୁ କୁଲୁକା, ପ୍ରଦୀପ ବେହେରା। ଅନ୍ୟ କେଉଁ ଚୋରି ମାମଲାରେ ଲୁଟେରାଙ୍କ ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ କରିବା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଡିସେମ୍ବର ୨୬ ତାରିଖ ରାତିରେ ବ୍ରାହ୍ମଣ ସାହିରେ ରହୁଥିବା ଆଇନଜୀବୀ ଡି. କୁମାର ସ୍ୱାମୀଙ୍କ ଘରୁ ଚୋରି ହୋଇଥିଲା। ଲୁଟେରା ମାନେ ତାଲା ଭାଙ୍ଗି ଘରେ ପଶି ୫୦ ହଜାର ଟଙ୍କା ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନେଇଥିଲେ।

ଥାନାରେ ଅଭିଯୋଗ ପରେ ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା। ରାୟଗଡ଼ା ଥାନା ଏସଆଇ ଏସ. କେ. ଶତପଥୀଙ୍କ ନେତୃତ୍ୱରେ ଗଠିତ ପୁଲିସ ଟିମ ଲୁଟେରାଙ୍କ ସମ୍ପର୍କରେ ସୁରାକ ପାଇବା ପରେ ଗିରଫ ପାଇଁ ଚଢ଼ାଉ କରିଥିଲେ। ଗିରଫ ରାଜୁ କୁଲୁକାଠାରୁ ପୁଲିସ ୧୫ ହଜାର ଓ ସନାତନ ପ୍ରାସ୍କା ଠାରୁ ୫ ହଜାର ଟଙ୍କା ଜବତ କରିଛି। ସହରର ଅନ୍ୟ ଏକ ଚୋରି ମାମଲାରେ ମଧ୍ୟ ଲୁଟେରାଙ୍କ ସମ୍ପୃକ୍ତି ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe