ଡକାୟତି ପାଇଁ ଯୋଜନା କରୁଥିଲା ବେଳେ ପୁଲିସ ହାତରେ ଧରାପଡ଼ିଲେ ୩ ଜଣ, କାର ସହ ମୋବାଇଲ-ଟଙ୍କା ଜବତ 

ଡକାୟତି ପାଇଁ ଯୋଜନା କରୁଥିଲା ବେଳେ ପୁଲିସ ହାତରେ ଧରାପଡ଼ିଲେ ୩ ଜଣ, କାର ସହ ମୋବାଇଲ-ଟଙ୍କା ଜବତ 

ଭଦ୍ରକ: ଗତ ଦୁଇ ଦିନ ତଳେ ଭଦ୍ରକର ଆରଡିଛକ ନିକଟସ୍ଥ ସାମରାଏପୁର ରାସ୍ତାରୁ ୪ ଜଣ ଡକାୟତକୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କଠାରୁ ୯ ଟି ଚୋରି ମଟର ସାଇକେଲ ଓ ବହୁ ମାରଣାସ୍ତ ଜବତ କରିଥିଲା। ଆଜି ପୁଣି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ହାତରେ ଆଉ ଏକ ଡାକୟତ ଗ୍ୟାଙ୍ଗ ଧରାପଡିଛନ୍ତି। ବିଳମ୍ବିତ ରାତିରେ ଗ୍ରାମାଞ୍ଚଳ ପୁଲିସ ୧୬ ନମ୍ବର ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ବେଳେ ଏଇ ୩ ଜଣିଆ ଡକାୟତ ଟିମକୁ ଗିରଫ କରିଛି । ଗିରଫ ହୋଇଥିବା ଡାକାୟଙ୍କ ମଧ୍ୟରେ ଜଣେ ଚରମ୍ପା ଅଞ୍ଚଳର ଯୁବକ ହୋଇଥିବାବେଳେ ଜଣେ ସାବରଙ୍ଗ ଅଞ୍ଚଳର ଓ ଅନ୍ୟ ଜଣେ ଡାକାୟତ ଧୂଷୁରୀ ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି । ଏଇ ଡକାୟତ ଗ୍ୟାଙ୍ଗରେ ଆହୁରି ଅନେକ ଅପରାଧୀଙ୍କ ସଂପୃକ୍ତି ରହିଥିବାରୁ ଏମାନଙ୍କ ସଂପର୍କରେ ପୁଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଖୁବ୍ ଶୀଘ୍ର ଏମାନଙ୍କୁ ଧରାଯିବ ବୋଲି ପୁଲିସ ସୂଚନା ଦେଇଛି ।

publive-image

ଭଦ୍ରକ ଗ୍ରାମାଞ୍ଚଳ ପୁଲିସର ସୂଚନାରୁ ପ୍ରକାଶ ଯେ, ଗତ ୨୫ ତାରିଖ ବିଳମ୍ବିତ ରାତିରେ ଭଦ୍ରକର ରାଣୀତାଲ ନିକଟସ୍ଥ ବାସୁଳୀ ଢାବା ନିକଟରୁ ଏଇ ଡକାୟତମାନେ ଜାତୀୟ ରାଜପଥ କାମ କରୁଥିବା ଡିବିଏଲ କମ୍ପାନୀର ଜଣେ ଡ୍ରାଇଭରଙ୍କ ନିକଟରୁ ୭ ହଜାର ଟଙ୍କା ଲୁଟ୍ କରିଥିବା ବେଳେ ଏକ ଅଲଟୋ କାର ନମ୍ବର ଓଡି- ୨୨ – ଆର- ୪୧୩୨ ଗାଡି ମଧ୍ୟ ନେଇଯାଇଥିଲେ। ପୁଲିସ ନିକଟରେ ଏ ସଂପର୍କରେ ଅଭିଯୋଗ କରାଯାଇଥିଲ। ଅଭିଯୋଗ ପରେ ଗ୍ରାମାଞ୍ଚଳ ଥାନାରେ ୩୩୦/ ୨୨ ରେ ମାମଲା ରୁଜୁ କରାଯାଇଥିଲା। ସେହିପରି ଗତ ୨୬ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥର ବାସୁଳୀ ଢାବା ଛକ ନିକଟରୁ ଜଣେ ମତ୍ସ୍ୟ ବ୍ୟବସାୟୀଙ୍କ ନିକଟରୁ ଏଇ ଡାକୟତ ଦଳ ୧୫ ହଜାର ଟଙ୍କା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଥାନାରେ ୩୯୫/୨୨ ରେ ମାମଲା ରୁଜୁ କରି ପୁଲିସ ଅନୁସନ୍ଧାନ ଜାରି ରଖିଥିଲା। ପୁଲିସ ଏଇ ଡକାୟତ ଦଳଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା। ଗ୍ରାମାଞ୍ଚଳ ଥାନା ଆଇଆଇସି ମୃତ୍ୟୁଂଜୟ ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ଏଇ ଦୁଇଟି ଡାକୟତି ମାମଲାରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ ଚୋରି ହୋଇଥିବା ଅଲଟୋ କାର, ୩ ଟି ମୋବାଇଲ ଫୋନ୍, ୭୦୦ ହଜାର ଟଙ୍କା ଓ ଗୋଟିଏ କଟୁରୀ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe