ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଘଟଣାରେ ୩ ଭିଏଲ୍‌ଡବ୍ଲ୍ୟୁ ନିଲମ୍ବିତ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଘଟଣାରେ ୩ ଭିଏଲ୍‌ଡବ୍ଲ୍ୟୁ ନିଲମ୍ବିତ

ଖୋର୍ଦ୍ଧା: ବେଗୁନିଆ ବ୍ଲକର ପୋଡ଼ାଡ଼ିହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଘଟଣାରେ ୩ ଜଣ ଭିଏଲ୍‌ଡବ୍ଲ୍ୟୁ ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଘଟଣା ସହିତ ସଂପୃକ୍ତ ୩ ଜଣ ଭିଏଲ୍‌ଡବ୍ଲ୍ୟୁଙ୍କୁ ଶନିବାର ନିଲମ୍ବନ କରିଛନ୍ତି। ନିଲମ୍ବିତ ହୋଇଥିବା ଭିଏଲ୍‌ଡବ୍ଲୁମାନେ ହେଲେ ନାରାୟଣ ଜେନା, ଜୟଦେବ ସୁବୁଦ୍ଧି ଓ କେଦାର ବେହେରା। ଏଥି ସହିତ ଜିଲ୍ଲାପାଳ ବେଗୁନିଆ ବିଡିଓ ରବି ନାରାୟଣ ମାଝୀ ଓ ଏବିଡିଓ ମହେନ୍ଦ୍ର ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ସୂଚନା ଅନୁସାରେ ବେଗୁନିଆ ବ୍ଲକର ପୋଡ଼ାଡ଼ିହ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ନେଇ ପୂର୍ବରୁ ଅନିୟମିତତା ଅଭିଯୋଗ ଆସିଥିଲା। ଆବାସ ନିର୍ମାଣ ଅନିୟମିତତା ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଘଟଣାର ତଦନ୍ତ କରାଯିବା ପରେ ସଂପୃକ୍ତ ଭିଏଲଡବ୍ଲ୍ୟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ଜିଲ୍ଲାପାଳ ପୂର୍ବରୁ ଗଡ଼ମାଣିତ୍ରୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଘଟଣାରେ ଜଣେ ପଞ୍ଚାୟତ ଏକ୍ସଟେନ୍‌ସନ୍‌ ଅଫିସରଙ୍କୁ ନିଲମ୍ବନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe