ଢେଙ୍କାନାଳ: ଘର ନିର୍ମାଣ ପାଇଁ ଖୋଳା ଯାଇଥିବା ନିଅରେ ପଡ଼ି ୩ ବର୍ଷର ଶିଶୁ ମୃତ

ଢେଙ୍କାନାଳ: ଘର ନିର୍ମାଣ ପାଇଁ ଖୋଳା ଯାଇଥିବା ନିଅରେ ପଡ଼ି ୩ ବର୍ଷର ଶିଶୁ ମୃତ

ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନ ବିଜ୍ଞାପିତ ଅଂଚଳ ପରିଷଦ (ଏନ୍‌ଏସି) କାର୍ଯ୍ୟାଳୟ ପରିସରରେ ଘର ନିର୍ମାଣ ପାଇଁ ଖୋଳା ଯାଇଥିବା ନିଅରେ ପଡ଼ି ଶନିବାର ୩ ବର୍ଷର ଜଣେ ଶିଶୁ ପୁତ୍ର ଜୀବନ ହାରିଛି। ଏନ୍‌ଏସି ସୁଇପର ବାପି ଗୋଚ୍ଛାୟତଙ୍କ ପୁଅ ଗୁଲସନ୍‌ ଗୋଚ୍ଛାୟତ (୩)ର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଗୁଲସ୍‌ନ ଆଜି ଏନ୍‌ଏସି କାର୍ଯ୍ୟାଳୟ ନିକଟରେ ସକାଳୁ ଏକାକୀ ଖେଳୁଥିଲା। ତାଙ୍କ ପରିବାର ଏନ୍‌ଏସି କାର୍ଯ୍ୟାଳୟ ନିକଟରେ ଚାଳଛପର ଘରେ ରହୁଛନ୍ତି। ଘର ଲୋକଙ୍କ ଅଜାଣତରେ ସେ ଖେଳୁଥିବା ବେଳେ କୌଣସି କାରଣରୁ ପାଣି ଭିତରକୁ ପ୍ରବେଶ କରିଥିଲା। ଗୁଲସନ୍‌ ଯେଉଁ ପାଣି ଭିତରକୁ ପଶି ଯାଇଥିଲା, ସେଠାରେ ଗଭୀର ପାଣି ଥିଲା। କାରଣ ସେଠାରେ ଘର ନିର୍ମାଣ ପାଇଁ ନିଅ ଖୋଳା ଯାଇଥିଲା। ଗୁଲସନ୍‌କୁ ଗୁରୁତର ଅବସ୍ଥାରେ ଭୁବନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଢେଙ୍କାନାଳ ସଦର ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁଲସନ୍‌କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତିନି ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। କେବଳ ପରିବାର ନୁହେଁ ବରଂ ସାହିର ଲୋକେ ମଧ୍ୟ ମର୍ମାହତ ଅନୁଭବ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe