କୋରାପୁଟରେ କୁଆ ପଥର ବର୍ଷା, ମିଳିଲା ଆଶ୍ବସ୍ତି

ତିନି ଦିନ ୧୩ ଜିଲ୍ଲାରେ ପ୍ରବଳ ବର୍ଷା

Representation image

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା, କୋରାପୁଟ, ଡୁମୁରିପୁଟ ଓ ସୁନାବେଢା ଅଂଚଳରେ ଆଜି ସନ୍ଧ୍ୟାରେ ଘଡ଼ଘଡ଼ି ବର୍ଷା ସାଙ୍ଗକୁ ବ୍ୟାପକ କୁଆ ପଥର ମାଡ଼ ହୋଇଛି। ଅଂଚଳରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଜିର ବର୍ଷା ଲୋକଙ୍କ ଭିତରେ ଆସ୍ୱସ୍ତି ଆଣି ଦେଇଛି। ଅନ୍ୟ ପଟେ ଆଜିର ପ୍ରବଳ କୁଆ ପଥର ମାଡ଼ରେ ପନି ପରିବା ବିଶେଷ କରି ଆଳୁ, ପିଆଜ, ବିଲାତି, ତରଭୁଜ ଇତ୍ୟାଦି ପନିପରିବା ଚାଷରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି। ତାଲାବନ୍ଦ ଯୋଗୁଁ ଗରିବ ଚାଷୀ ପରିବାର ସମସ୍ତ ଦୁଃଖ କଷ୍ଟ ସହି ସରକାରଙ୍କ ନିୟମକୁ ମାନି ନେଇଥିବା ବେଳେ ଅନ୍ୟ ପଟେ ପ୍ରବଳ କୁଆ ପଥର ମାଡ଼ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଅପରପକ୍ଷେ ବହୁ ବର୍ଷ ପରେ ସ୍ଥାନୀୟ ଅଞ୍ଚଳରେ ଏଭଳି କୁଆ ପଥର ବର୍ଷା ଦେଖିବାକୁ ମିଳିଥିବା କେତେକ ବ୍ୟକ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe