ଯାଜପୁରରେ କୁଆପଥର ବର୍ଷା, ବ୍ୟାପକ ପନିପରିବା ଚାଷ କ୍ଷତି

Advertisment
ଯାଜପୁରରେ କୁଆପଥର ବର୍ଷା, ବ୍ୟାପକ ପନିପରିବା ଚାଷ କ୍ଷତି

ଯାଜପୁର: ଯାଜପୁର ସହରାଂଚଳରେ ବୁଧବାର ଅପରାହ୍ନରେ ପ୍ରବଳ କୁଆପଥର ସହ ବର୍ଷା ହୋଇଛି। ଦିନ ଗୋଟାଏ ବେଳେ କାଳବେଶାଖୀର ପ୍ରଭାବରେ କଳାହାଣ୍ଡିଆ ମେଘ ମାଡି ଆସିଥିଲା। ପରେ ୪୦ ମିନିଟ ଧରି ହାଲକା ପବନ ସାଙ୍ଗକୁ ପ୍ରବଳ ବର୍ଷା ସହିତ ପ୍ରଚୁର କୁଆପଥର ବୃଷ୍ଟି ହୋଇଥିଲା।

କୁଆପଥର ମାଡରେ ଯାଜପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପରିବା ଚାଷ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ବିଲରେ ଲାଗିଥିବା ଟମାଟୋ, ବାଇଗଣ, କଲରା, କୁକୁଡି ଫସଲ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଆଗକୁ ହୋଲି ଥିବା ବେଳେ ଯାଜପୁରରେ ପ୍ରବଳ ବର୍ଷା ଏବଂ କୁଆପଥର ମାଡରେ ଆଜିର ରଂଗ ବଜାର ପ୍ରଭାବିତ ହୋଇଛି।

publive-image

ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଗଜପତି, କୋରାପୁଟ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବୃଷ୍ଟି ଓ ବଜ୍ରାଘାତ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe