୧୫ ଦିନ ମଧ୍ୟରେ ୫ଟି ବିଦ୍ୟାଳୟରେ ନୂତନ ନଳକୂଅ କରାନଗଲେ ରାସ୍ତା ଅବରୋଧ ସହ ଭୋଟ ବର୍ଜନ ନିଷ୍ପତ୍ତି

Advertisment
୧୫ ଦିନ ମଧ୍ୟରେ ୫ଟି ବିଦ୍ୟାଳୟରେ ନୂତନ ନଳକୂଅ କରାନଗଲେ ରାସ୍ତା ଅବରୋଧ ସହ ଭୋଟ ବର୍ଜନ ନିଷ୍ପତ୍ତି

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କତିଙ୍ଗିଆ ଗ୍ରାମ ପଞ୍ଚାୟତର ଟିଆଙ୍ଗିଆ ଠାରେ ଅବସ୍ଥିତ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାର ୫ଟି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାର ଏହାକୁ ୫ଟି ବିଦ୍ୟାଳୟରେ ରୂପାନ୍ତରିତ କରିଛନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ବ୍ୟବହାର ଏବଂ ପିଇବା ନିମନ୍ତେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ନିମନ୍ତେ ଭୂଲି ଯାଇଛନ୍ତି। ଏହି ବିଦ୍ୟାଳୟରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଏବଂ ପିଇବା ନିମନ୍ତେ ଗ୍ରାମ ମଧ୍ୟରେ ଥିବା ଏକ ନଳକୂପ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଭର କରୁଛନ୍ତି। ପିଲାଙ୍କ ପରିସ୍ରା ଓ ଶୌଚ କରିବା ନିମନ୍ତେ ବିଦ୍ୟାଳୟ ମଧ୍ୟରେ ଶୌଚାଳୟ ଓ ପରିଶ୍ରାଗାର ନିମନ୍ତେ ପାଣି ଟାଙ୍କି, ଟ୍ୟାପ ଅଛି କିନ୍ତୁ ବୋରିଂ ନଥିବାରୁ ତାହା ବ୍ୟବହାର ହେଉନଥିବା ଗ୍ରାମବାସୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି।

ଏବେ ଛାତ୍ରଛାତ୍ରୀମାନେ ବାହାରେ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି। ପାଣି ସମସ୍ୟା ଯୋଗୁଁ ଛାତ୍ରାବାସରେ ରହୁଥିବା ପିଲାମାନେ ବାହାର ଚୁଆଁ ଏବଂ ନଦୀକୁ ଯାଇ ଗାଧୋଉଛନ୍ତି। ଏ ବିଷୟରେ ଗ୍ରାମବାସୀ ଅନେକ ଥର ବିଭାଗୀୟ ଅଧିକାରୀ ଏବଂ ଘୁ. ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି କିନ୍ତୁ କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ଶେଷ ଥର ପାଇଁ ଗ୍ରାମବାସୀ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି ଯଦି ୧୫ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ସମାଧାନ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରି ରାଜ ରାସ୍ତା ଅବରୋଧ କରିବା ସହ ଭୋଟ ବର୍ଜନ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।

publive-image

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ହାଇସ୍କୁଲରେ ଏହିଭଳି ବିକଳ ଚିତ୍ର ଦେଖିବାକୁ ମିଳୁଛି। ରାଜ୍ୟ ସରକାର ଅର୍ଥ ବ୍ୟୟ କରିଛନ୍ତି ସତ ହେଲେ ତାହା କେତେ କାର୍ଯ୍ୟକାରୀ ହୋଇଛି ବିଦ୍ୟାଳୟ ର ଛାତ୍ରଛାତ୍ରୀ କେତେ ଉପକୃତ ହେଉଛନ୍ତି ତାକୁ ଦେଖିବାକୁ କେହି ନାହାଁନ୍ତି। ପ୍ରକୃତରେ ପିଲା ଉପକୃତ ହେଉଛନ୍ତି କି ନାହିଁ ତା ଅନୁଧ୍ୟାନ କରାଯାଉନଥିବା ଯୋଗୁଁ ବ୍ୟୟ ହୋଇଥିବା ଅର୍ଥ ର କୌଣସି ମୂଲ୍ୟ ନାହିଁ। ସରକାର କା ମାଲ ଦରିଆ ମେ ଡାଲ ନ୍ୟାୟରେ ସରକାରୀ ବାବୁମାନେ କାର୍ଯ୍ୟ କରି ହାତ ଝାଡି ବସିଯାଉଛନ୍ତି। ସାହୁ କହିଛି ପାଚିଲା ଧାନରେ ମହି ଦେଇଛି। ନ୍ୟାୟରେ କାମ ଚାଲିଛି। ଯେମିତି ହେଉ ସରକାରୀ ଅର୍ଥ ବ୍ୟୟ କରି ୟୁସି ଦେବାର ଅଛି। ସେ କାହାର କାମରେ ଲାଗୁ କିମ୍ବା ନଲାଗୁ ସେଥିରେ ସରକାରୀ ବାବୁଙ୍କ ଯାଏଆସେ ନାହିଁ। ପ୍ରଶ୍ନ ଉଠୁଛି ଟିଆଙ୍ଗିଆ ହାଇସ୍କୁଲ ରେ ଯଦି ପାନୀୟ ଜଳର କୌଣସି ସୁବିଧା ନାହିଁ ତାହାହେଲେ ପ୍ରଥମେ ପାନୀୟଜଳ ଉତ୍ସ ସୃଷ୍ଟି କରି ପରବର୍ତ୍ତୀ ଅବସ୍ଥାରେ ବିଦ୍ୟାଳୟ ମଧ୍ୟରେ ଟ୍ୟାପ,ପାଣି ପାଇପ ଲାଗେଇବାର ଥିଲା ତାହା ନକରି ସରକାରୀ ଅର୍ଥ ବ୍ୟୟ କରିବା ସହ ନିଜ ର ସ୍ୱାର୍ଥ ପାଇଁ ଏହିଭଳି କାର୍ଯ୍ୟ କରୁଥିବା ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମସ୍ୟା ଭୋଗୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe