ବୁର୍ଜା ଗାଁରେ ଶତାଧିକ ଲୋକ ଜ୍ୱରରେ ଆକ୍ରାନ୍ତ, ରକ୍ତ ନମୂନାରୁ ଜଣାପଡ଼ିଲା ୪୬ ରୁ ୩୯ ଟାଇଫଏଡ, ଜଣେ ଡେଙ୍ଗୁରେ ଆକ୍ରାନ୍ତ

Advertisment

ଭୁବନେଶ୍ୱରରୁ ମ୍ୟାଲେରିଆ ଟିମ୍‌ ପହଞ୍ଚି କଲେ ସ୍ଥିତି ଅନୁଧ୍ୟାନ

ଭୁବନେଶ୍ୱରରୁ ମ୍ୟାଲେରିଆ ଟିମ୍‌ ପହଞ୍ଚି କଲେ ସ୍ଥିତି ଅନୁଧ୍ୟାନ

ବୁର୍ଜା ଗାଁରେ ଶତାଧିକ ଲୋକ ଜ୍ୱରରେ ଆକ୍ରାନ୍ତ, ରକ୍ତ ନମୂନାରୁ ଜଣାପଡ଼ିଲା ୪୬ ରୁ ୩୯ ଟାଇଫଏଡ, ଜଣେ ଡେଙ୍ଗୁରେ ଆକ୍ରାନ୍ତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗ୍ରାମପଞ୍ଚାୟତ ସଦର ମହକୁମାରେ ୧୫ଦିନ ମଧ୍ୟରେ ଶତାଧିକ ଲୋକ ଜ୍ୱରରେ ଆକ୍ରାନ୍ତ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ମ୍ୟାଲେରିଆ ଟିମ୍‌ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛିା

ଗାଁର ତିନୋଟି ସାହିର ୩୫୦ ଘର ମଧ୍ୟରୁ ପ୍ରାୟ ଶହେରୁ ଅଧିକ ଘରେ ପହଞ୍ଚି ଜ୍ୱରର କାରଣ ସଂପର୍କରେ ପଚାରିବା ସହ ଦୂଷିତ ପାଣି ବ୍ୟବହାର ହିଁ ଜ୍ୱରର ମୁଖ୍ୟକାରଣ ବୋଲି ପ୍ରକାଶ କରିଥିଲେ ଟିମ୍‌। ଜଣେ ଡାକ୍ତରଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ରହିଥିବା ବେଳେ ଲକ୍ଷ୍ମୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇଜଣ ଡାକ୍ତର ସହ ଡାକ୍ତରଖାନା କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲୋ ଟିମ୍‌ ଉପସ୍ଥିତିରେ ଅନେକ ଜ୍ୱରରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କ ସହ ଆଲୋଚନା କରିଥିଲେ ଓ ତୁରନ୍ତ ଡାକ୍ତରଖାନା ଯିବାକୁ ପରାମର୍ଶ ଦେବା ସହ ସେଠାରେ ରହିବାକୁ ମଧ୍ୟ କହିଥିଲୋ

ଦୀର୍ଘ ଦିନ ହେଲା ଏତ ସଂଖ୍ୟକ ରୋଗୀଙ୍କ ରକ୍ତ ନମୂନା ସଂଗ୍ରହ କରି ନିଆଯାଇଥିଲେ ମଧ୍ୟ ରକ୍ତ ନମୂନାର ରିପୋର୍ଟ କାହିଁକି ପ୍ରଦାନ କରାଯାଉନାହିଁ ଓ  କାହିଁକି ଲୁଚାଇ ରଖାଯାଉଛି ବୋଲି ଗ୍ରାମବାସୀ ସ୍ୱତନ୍ତ୍ର ଟିମ୍‌ ଆଗରେ ପ୍ରକାଶ କରିଥିଲୋ ପରେ କିଛି ରିପୋର୍ଟ ଆସିନଥିବା କହିବା ସହ ୪୬ ଜଣଙ୍କ ରକ୍ତ ନମୂନା ମଧ୍ୟରୁ ୩୯ ଜଣ ରକ୍ତ ନମୂନାରେ ଟାଇଫଏଡ ବୋଲି ଜଣାପଡିଥିବା ପ୍ରକାଶ କରାଯାଇଥିଲାା ଜଣେ ଲୋକ ଡେଙ୍ଗୁରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe