ଝାରସୁଗୁଡ଼ା ଡିଏଚ୍‌ଏଚ୍‌ରେ ଆରମ୍ଭ ହେଲା ୫ ଟଙ୍କିଆ ଜଳଖିଆ

ଝାରସୁଗୁଡ଼ା ଡିଏଚ୍‌ଏଚ୍‌ରେ ଆରମ୍ଭ ହେଲା ୫ ଟଙ୍କିଆ ଜଳଖିଆ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୫ ଟଙ୍କିଆ ଜଳଖିଆ ଯୋଗାଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଡୋଳାମଣି ପଟେଲ, ଡା. ମଦନମୋହନ ପଣ୍ଡା, ଡିପିଏମ ବୁଲୁନାଥ ସାହୁ, ପୌର ପରିଷଦ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ପ୍ରଥମ ଦିନରେ ରୋଗୀ ସମ୍ପର୍କୀୟଙ୍କ ପାଇଁ ଶହେଟି ଜଳଖିଆର ଟାର୍ଗେଟ୍‌ ରଖାଯାଇଥିବା ବେଳେ ଅଳ୍ପ ସମୟ ମଧ୍ୟରେ ତାହା ଶେଷ ହୋଇଯାଇଥିଲା। ତେବେ ଆଗକୁ ଏହି କେନ୍ଦ୍ରରେ ଲୋକଙ୍କ ଚାହିଦାକୁ ଦେଖି ଏହି ଜଳଖିଆ ସଂଖ୍ୟା ୫ଶହ ଯାଏ ବୃଦ୍ଧି କରିବା ନେଇ ଯୋଜନା ହୋଇଥିବା ପୌର ନିର୍ବାହୀ ଅଧିକାରୀ ଶ୍ରୀ ତାଣ୍ଡି କହିଛନ୍ତି। ପ୍ରତିଦିନ ଭିନ୍ନ ଭିନ୍ନ ପ୍ରକାର ଜଳଖିଆ ଏହି କେନ୍ଦ୍ରରେ ମିଳିବ। ଏହି ପ୍ରକଳ୍ପ ସଫଳ ହେଲେ ଜିଲ୍ଲାର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଏହା କାର୍ଯ୍ୟକାରୀ କରିବା ନେଇ ପ୍ରଶାସନ ଯୋଜନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe