ବାଘଛାଲ ଜବତ, ୨ ଗିରଫ

Advertisment
ବାଘଛାଲ ଜବତ, ୨ ଗିରଫ

ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଅନ୍ତର୍ଗତ ବଣାଇ ଛକରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଛନ୍ତି।

ସୂଚନାଯୋଗ୍ୟ, ବାଘଛାଲ ବିକ୍ରି ପାଇଁ ମୁଲଚାଲ କରାଯାଉଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ଟିମ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ଆକସ୍ମିକ ଭାବେ ଚଢାଉ କରି ବାଘଛାଲ ସହ ସମ୍ପୃକ୍ତ ଘଟଣାରେ ୨ଜଣ ବାଘଛାଲ ବେପାରୀଙ୍କୁ ଗିରଫ କରିଛି।

ଗିରଫ ଦୁଇ ବାଘଛାଲ ବେପାରୀ ହେଲେ  ସୋମନାଥ ପାତ୍ର, ରାଜୀବ ଲୋଚନ ପାତ୍ର।।  ଉଭୟଙ୍କ ଘର ଦେବଗଡ ଜିଲା କାଦପଡା ଥାନା ଅନ୍ତର୍ଗତ ସାଲୋହି ଗାଁରେ ବୋଲି ଜଣାପଡ଼ିି। ସୋମନାଥ ପାତ୍ର ଓ ରାଜୀବ ଲୋଚନ ପାତ୍ର ନିକଟରୁ ବାଘ ଛାଲ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ପରେ ସେମାନଙ୍କୁ ଦେବଗଡ ଏସଡିଜିଏମ କୋର୍ଟକୁ ଚାଲାଣ କରାଯାଇଛି। ଜବତ ବାଘଛାଲକୁ ରସାୟନିକ ପରୀକ୍ଷା ପାଇଁ ଡେରାଡୁନ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe