ବାଘ ଛାଲ ଓ ଶିକାରୀଙ୍କୁ ଗିରଫ କରିବା ପାଇଁ ବନବିଭାଗ ସାଜିଲା ବେପାରୀ

Advertisment

ବାଘ ଛାଲ ଜବତ,ଜଣେ ଶିକାରୀ ସହ ୩ ସହଯୋଗୀ କୋର୍ଟ ଚାଲାଣ

ବାଘ ଛାଲ ଜବତ,ଜଣେ ଶିକାରୀ ସହ ୩ ସହଯୋଗୀ କୋର୍ଟ ଚାଲାଣ

ବାଘ ଛାଲ ଓ ଶିକାରୀଙ୍କୁ ଗିରଫ କରିବା ପାଇଁ ବନବିଭାଗ ସାଜିଲା ବେପାରୀ

ରିଆମାଳ: ଦେବଗଡ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ରିଆମାଳ ବନ ବିଭାଗକୁ ମିଳିଛି ବଡ ସଫଳତା । ବାଘ ଛାଲ ଓ ଶିକାରୀଙ୍କୁ ଗିରଫ କରିବା ପାଇଁ ବନ ବିଭାଗକୁ ସାଜିବାକୁ ପଡିଲା ବେପାରୀ । ଏଭଳି ଏକ ଅଭିନବ ଉପାୟ ଓ ଉଦ୍ୟମ କରି ମଙ୍ଗଳବାର ଏକ ବାଘଛାଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବା ରେ ସଫଳ ହୋଇଛି ରିଆମାଳ ବନବିଭାଗ ।

ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମର ରାମ କିଡୋ ଙ୍କ ପୁଅ ରତିଆ କିଡୋ (୨୯) ଏକ ବାଘ ଶିକାର କରି ଘରେ ଛାଲ ରଖିଥିବା ନେଇ କୌଣସି ସୂତ୍ରୁରୁ ରିଆମାଳ ବନବିଭାଗ ଜାଣିବାକୁ ପାଇଥିଲ।। ବାଘ ଛାଲ ଓ ଶିକାରକୁ ଗିରଫ କରିବା ପାଇଁ ବନ ବିଭାଗ ବହୁ ଦିନ ହେବ ଉଦ୍ୟମ ଚଳାଇ ଆସିଥିଲ।।

ଏନେଇ ଦେବଗଡ ଡି.ଏଫ.ଓ ଶ୍ରୀମତୀ କ୍ଷମା ଷଡଙ୍ଗୀ ନିର୍ଦ୍ଦେଶ କ୍ରମେ ରିଆମାଳ ରେଞ୍ଜର ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲ। ଉକ୍ତ ଟିମରେ ଦେବଗଡ ଫରେଷ୍ଟର ପ୍ରଶନ୍ନ କୁମାର ସାହୁ, ଲଇମୁରା ଫରେଷ୍ଟର ଛବିଳ ବେହେରା, ଦେବଗଡ ଫରେଷ୍ଟର ଭୋଳେଶ୍ୱର ବେହେରା, ତିଲେଇବଣୀ ଫରେଷ୍ଟଗାର୍ଡ ଅଶୋକ ପାନ୍ନା, ପାଲଲହଡା ଫରେଷ୍ଟଗାର୍ଡ ଅକ୍ଷୟ ମହାପାତ୍ର ଏବଂ ରିଆମାଳ ବନବିଭାଗର ଅନ୍ୟ କର୍ମଚାରୀ ରହିଥିଲେ।। ପରେ ରେଞ୍ଜର ଶ୍ରୀ ସାହୁ ଉପାୟ କରି ୨ ଟି ଟିମ କରିଥିଲେ । ମଙ୍ଗଳବାର ସକାଳେ ଗୋଟିଏ ଟିମ କୁ ବେପାରୀ ସଜାଇ ରତିଆ ଘର କୁ ପଠାଯାଇଥିଲା ବେଳେ ଅନ୍ୟ ଏକ ଟିମକୁ ଅଧା ରାସ୍ତାରେ ରଖାଯାଇଥିଲ।।ଯାଇଥିବା ଟିମ ବାଘ ଛାଲର ମୂଲ୍ୟଦର ରିଆମାଳରେ ଦେବୁ କହିଥିଲେ। ରତିଆ ତାର ଅନ୍ୟ ୩ ସହଯୋଗୀ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ତିଲେଇମାଳ ଗ୍ରାମର ଅଜିତ କୁମାର ଲାକ୍ରା(୩୦), ଜମନକିରା ଥାନା ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଟ ଓ ତୁଲୁବ ଗ୍ରାମର ମନୋହର ମାଝୀଙ୍କୁ ଡାକିଥିଲ।।

ବନବିଭାଗ ନିଜ ଗାଡିରେ ବାଘ ଛାଲ ସହ ୪ ଜଣଙ୍କୁ ଧରି ଆଣିଥିଲ।। ପୂର୍ବରୁ ଦେବଗଡ–ସମ୍ବଲପୁର ଜିଲ୍ଲା ସୀମା ତାରଙ୍ଗ ଗ୍ରାମସ୍ଥିତ ସିନ୍ଦୁରକଲି ମଠରେ ଜଗିଥିବା ଟିମ ଘଟଣା ସ୍ଥଳରେ ଅପରାହ୍ନ ୫ ଟାରେ ବାଘ ଛାଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ବନବିଭାଗ ପକ୍ଷରୁ ବନ୍ୟପ୍ରାଣୀ ଦଫା ଲଗାଇ ଡି.ଏଫ.ଓ ଶ୍ରୀମତୀ ଷଡଙ୍ଗୀ ଏହାର ତଦନ୍ତ ଜାରି କରିଥିଲେ ।ବୁଧବାର ରିଆମାଳ ଜେ.ଏମ.ଏଫ ସି କୋର୍ଟ ରେ ହାଜର କରାଯାଇ ଜେଲ ହାଜତକୁ ପଠାଯାଇଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe