ବରଗଡ଼: ବରଗଡ଼ ଭଟଲି ଛକରୁ ବୁଧବାର ଏସଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଏକ ଚିତାବାଘର ଛାଲ ସମେତ ନଖ ଓ ଦାନ୍ତ ଜବତ କରିଛନ୍ତି। ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମ ସତ୍ୟବନ ସାହୁ , ସୋଉକି ଓ ମିତା ଭୋଇ। ସମସ୍ତଙ୍କ ଘର ବରଗଡ଼ ଜିଲ୍ଲା ଖଜୁରିଆ ଗ୍ରାମରେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏସଟିଏଫଙ୍କୁ ବାଘ ଛାଲ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏସଟିଏଫ ଓ ବନ୍ୟପ୍ରାଣୀ ବିଭାଗ ଓ ପୁଲିସ ବିଭାଗର ଅଧିକାରୀମାନେ ଆଜି ଅତର୍କିତ ଚଢ଼ାଉ କରି ତିନିଜଣ ଅଭିଯୁକ୍ତଙ୍କ ଠାରୁ ୧୧ଟି ବାଘ ନଖ ଓ ୪ଟି ବାଘ ଦାନ୍ତ ଜବତ କରିଥିଲେ।
ତେବେ ଜବତ ହୋଇଥିବା ବାଘଛାଲ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ଗିରଫ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରି ଆଇପିସିର ଧାରା ୩୭୯/୪୧୧ ଓ ବନ୍ୟଜୀବ (ସଂରକ୍ଷଣ) ଅଧିନିୟମ ୧୯୭୨ର ୫୧ ଧାରାରେ ମାମଲା ରୁଜ୍ଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/11/୮୭୯୮୭୮.jpg)