ରାୟଗଡ଼ାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ଦାବି; ଶିଳ୍ପ ସଚିବଙ୍କୁ ଚିଠି ଲେଖି ଅବଗତ କଲା ମିଡ଼ିଆ କେୟାରର୍ସ

Advertisment
କରୋନା ବ଼ଢ଼ିବାରୁ ଅକ୍ସିଜେନ୍ ଚିନ୍ତା ଫେରିଲା

Image Courtesy of Zee News

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବାକୁ ଦାବି ଉଠିଛି। ଜିଲ୍ଲାରେ ଥିବା ପ୍ରମୁଖ ଶିଳ୍ପନୁଷ୍ଠାନ ଗୁଡ଼ିକ ସହାୟତାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ରାୟଗଡ଼ା ମିଡ଼ିଆ କେୟାରର୍ସ ପକ୍ଷରୁ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି।

ଜିଲ୍ଲାରେ ବର୍ତ୍ତମାନ ଏକ ମାତ୍ର ବେସରକାରୀ ଅକ୍ସିଜେନ୍  ପ୍ଲାଣ୍ଟ୍ ଥିବାରୁ କରୋନା ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ଜରୁରି ହୋଇ ପଡିଛି। କରୋନା ମହାମାରୀର ଦ୍ବିତୀୟ ଲହୀରରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍ ଅତି ଉପାଦେୟ ହୋଇ ପଡିଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଥିବା ବେଳେ କରୋନାର ତୃତୀୟ ଲହରୀ ମଧ୍ୟ ଖୁବ୍ ଶୀଘ୍ର ଆସୁଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସତର୍କ କରିଛି।

publive-image

ଏହି ଦୃଷ୍ଟିକୋଣରୁ ରାୟଗଡ଼ା ଜିଲ୍ଲାରେ ସରକାରୀ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠାର ଆବଶ୍ୟକତା ରହିଛି। ଜିଲ୍ଲାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍, ଇମ୍ଫା, ଜେକେ କାଗଜ କଳ, ବେଦାନ୍ତ ଭଳି ଜାତୀୟ ସ୍ତରର ଶିଳ୍ପାନୁଷ୍ଠାନ ରହିଛି। କଂପାନି କର୍ତ୍ତୃପକ୍ଷଙ୍କ ସହ ଶିଳ୍ପ ବିଭାଗ-ଜିଲ୍ଲା ପ୍ରଶାସନ ଆଲୋଚନା କରି ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଜରିଆରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯାଇ ପାରିବ ବୋଲି ମିଡିଆ କେୟାରର୍ସ ପକ୍ଷରୁ ବରିଷ୍ଠ ସାମ୍ବାଦିକ ବାଦଲ ତା, ରଂଜନ ରଥ ଆଜି ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଚିଠି ଲେଖିଛନ୍ତି।

ଅନ୍ୟପକ୍ଷରେ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ୧୫ଟି ଜିଲ୍ଲାରେ ସରକାରୀ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଧନଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ ରାୟଗଡ଼ା ଜିଲ୍ଲାର ନାମ ରହିଛି। ସେହିପରି ମୁନିଗୁଡା ବ୍ଲକର ୪ଟି ପଞ୍ଚାୟତରେ ବେଦାନ୍ତ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ କରୁଥିବାରୁ ରାୟଗଡ଼ା ଜିଲ୍ଲାରେ କରୋନା ମୁକାବିଲା ପାଇଁ ବେଦାନ୍ତ ଏକ ହସପିଟାଲ୍ ନିର୍ମାଣ ସହ ଅନ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe