ଲକଡାଉନ ସମୟରେ ଘରୋଇ ବସର; ବୀମା ଓ ରୋଡ୍ ଟ୍ୟାକ୍ସ ଛାଡ଼୍ କରିବାକୁ ଘରୋଇ ବସ ମାଲିକ ସଂଘର ଅନୁରୋଧ

Advertisment
ଲକଡାଉନ ସମୟରେ ଘରୋଇ ବସର; ବୀମା ଓ ରୋଡ୍ ଟ୍ୟାକ୍ସ ଛାଡ଼୍ କରିବାକୁ  ଘରୋଇ ବସ ମାଲିକ ସଂଘର ଅନୁରୋଧ

Sambad

ଜୟପୁର: ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟସରକାର ସମଗ୍ର ରାଜ୍ୟରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି। ସେଭଳି ସପ୍ତାହନ୍ତ ସଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁ ବି ଜାରୀ କରିଛନ୍ତି। ଏହି ସମୟରେ ବସ ଚଳାଚଳକୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦେଶକୁ ଘରୋଇ ବସ ମାଲିକ ସଂଘ ଜୟପୁର ସ୍ବାଗତ କରିଛି। ଆଜି ଏକ ବୈଠକ କରି ମାଲିକ ମାନେ ଏହି ସରକାରୀ ନିର୍ଦେଶକୁ ମାନି ଆଂଚଳିକ, ଦ୍ରୁତଗାମୀ, ଅନ୍ତଃରାଜ୍ୟ ଦ୍ରୁତଗାମୀ ବସ ଗୁଡ଼ିକ ସଂପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ନିଷ୍ପତି ନେଇଥିବା କହିଛନ୍ତି ସଂଘର ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ।

ତେବେ ଏହି ସମୟରେ ବସ ଗୁଡ଼ିକ ଚଳାଚଳ ସଂପୂର୍ଣ୍ଣ ରୂପେ ବନ୍ଦ ରହୁଥିବାରୁ ବୀମା ଓ ରୋଡ ଟ୍ୟାକ୍ସ ଛାଡ୍ କରିବାକୁ ଅନୁରୋଧ କରିଛନ୍ତି। ବସ ବନ୍ଦ ହେବା ଦ୍ବାରା ବସ ଉପରେ ନିର୍ଭର ଥିବା ଡ୍ରାଇଭର, ହେଲପର ଓ କଣ୍ଡକ୍ଟର, ଟାଇମିଂ କର୍ମଚାରୀ ମାନଙ୍କୁ ଆର୍ଥିକ ସହଯୋଗର ହାତ ବଢ଼ାଇବାକୁ ବି ଅନୁରୋଧ କରାଯାଇଛି। ଏହି ସମୟରେ ସଂଘର ନିଷ୍ପତି ଏବଂ ସରକାରଙ୍କ ନିର୍ଦେଶକୁ ନ ମାନି ବସ ଚଳାଚଳ କଲେ ରାଜ୍ୟ ସରକାର, ଆଂଚଳିକ ପରିବହନ ବିଭାଗ କିଛି ପଦକ୍ଷେପ ନେଲେ ସଂଘ ଏଥି ପାଇଁ ଦାୟୀ ରହିବ ନାହିଁ ବୋଲି କହିଛନ୍ତି ସଂପାଦକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe