ମାଲକାନଗିରିରେ ତମାଖୁ ସଚେତନତା ରଥ ଉଦଘାଟିତ

ମାଲକାନଗିରିରେ ତମାଖୁ ସଚେତନତା ରଥ ଉଦଘାଟିତ

ମାଲକାନଗିରି: ବିଶ୍ବ ତମାଖୁ ବର୍ଜନ ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ପ୍ରଫୁଲ କୁମାର ନନ୍ଦଙ୍କ ଦ୍ବାରା ତମାଖୁ ସଚେତନତା ରଥ ଉଦଘାଟିତ ହୋଇଯାଇଛି। ଶ୍ରୀ ନନ୍ଦ ସବୁଜ ପତାକା ଦେଖାଇ ଏହି ରଥକୁ ଶୁଭାରମ୍ଭ କରିଥିଲେ।

ଏଥିପୂର୍ବରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏଡିଏମଓ (ମେଡିକାଲ) ଡାକ୍ତର ଶିବ ପ୍ରସାଦ ମହାରଣା, ଡ.ଅନୀଲ କୁମାର ମିଶ୍ର, ଡିପିଏଚଓ ଡ.ସଂଧ୍ୟାରାଣୀ ପଟନାୟକ, ଭାରପ୍ରାପ୍ତ ଡିପିଏମ ବନବିହାରି ମିଶ୍ର, ଚିତ୍ତରଂଜନ ସେଠୀ ପ୍ରମୁଖ ତମାଖୁ ବର୍ଜନ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହି ରଥ ଆଜିଠାରୁ ଜିଲ୍ଲାର କୋଣ ଅନୁକୋଣରେ ବୁଲି ଲୋକଙ୍କୁ ତମାଖୁର ଭୟାବହତା ଉପରେ ଲୋକଙ୍କୁ ସଚେତନ କରାଇବ।

ଏହି କାର୍ଯ୍ୟକ୍ରମ ହସିପଟାଲ ମ୍ୟାନେଜର ଶଶାଙ୍କ ଶେଖର ପଣ୍ଡିତ୍ରା,ଚାମେଲୀ କୁମାରୀ ମଣ୍ଡଳ,ସଂଯୁକ୍ତା ସେଠୀ,ରୁକ୍ମଣୀ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe