ଏନ୍‌ଆଇଟି ରାଉରକେଲାକୁ ଦେଶର ଶ୍ରେଷ୍ଠ ମାନ୍ୟତା

Advertisment

ଟାଇମ୍‌ସ ହାଇଅର୍‌ ଏଜୁକେସନର ‘ଇମର୍ଜିଂ ଇକୋନୋମିଜ୍‌ ୟୁନିଭର୍ସିଟି ରାଙ୍କିଙ୍ଗ୍ 

ଟାଇମ୍‌ସ ହାଇଅର୍‌ ଏଜୁକେସନର ‘ଇମର୍ଜିଂ ଇକୋନୋମିଜ୍‌ ୟୁନିଭର୍ସିଟି ରାଙ୍କିଙ୍ଗ୍ 

ଏନ୍‌ଆଇଟି ରାଉରକେଲାରେ ବିଭାଗ ବଦଳାଇବାର ବିକଳ୍ପ ‌ଶେ‌‌ଷ

ରାଉରକେଲା: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ଗୋଟିଏପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ଏଠାରେ ଉପଲବ୍ଧ ଉତ୍କୃଷ୍ଟମାନର ଶିକ୍ଷା, ପ୍ରତିଷ୍ଠିତ ତଥା ବିଜ୍ଞ ପ୍ରଫେସର, ପ୍ରାଧ୍ୟାପକ, ଅତ୍ୟାଧୁନିକ ଭିତ୍ତିଭୂମି, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ଯୋଗୁଁ ଅନୁଷ୍ଠାନ ସଫଳତା ସାଉଁଟି ଚାଲିଛି। ଏହି ବୈଷୟିକ ଶିକ୍ଷାନୁଷ୍ଠାନ ‘ଇମର୍ଜିଂ ଇକୋନୋମିଜ୍‌ ୟୁନିଭର୍ସିଟି ରାଙ୍କିଙ୍ଗ୍ ’ରେ ୨୦୧-୨୫୦ ରାଙ୍କରେ  ରହିଛି। ଏହାସହ ଅନ୍ୟ ଏନ୍‌ଆଇଟିକୁ ଢ଼େର୍‌ ପଛରେ ପକାଇ ଦେଶର ସର୍ବଶ୍ରେଷ୍ଠ ଏନ୍‌ଆଇଟି ବିବେଚିତ ହୋଇଛି।  ପ୍ରକାଶଥାଉକି, ‘ଟାଇମ୍‌ସ ହାଇଅର୍‌ ଏଜୁକେସନ’ ପକ୍ଷରୁ ପ୍ରତିବର୍ଷ ଏହି ରାଙ୍କିଙ୍ଗ୍  ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଦେଶର ୬୦୬ଟି ବିଶ୍ବବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟ, ଅନୁଷ୍ଠାନକୁ ନିକଟ ଅତିତରେ କ୍ବାକୁରେଲି ସାଇମଣ୍ତ ଲିମିଟେଡ୍‌ (କ୍ୟୁଏସ୍‌) ରାଙ୍କିଙ୍ଗ୍ରେ ମଧ୍ୟ ସଫଳତା ମିଳିଥିଲା। ଶ୍ରେଷ୍ଠ ବୈଷୟିକ ବିଶ୍ବବିଦ୍ୟାଳୟମାନଙ୍କ ମଧ୍ୟରେ ୧୬ତମ ସ୍ଥାନ ହାସଲ କରିବା ରାଉରକେଲା ଏନ୍‌ଆଇଟିର ଗୌରବକୁ ବହୁଗୁଣିତ କରିଛି। ଏହା ପୁର୍ବରୁ ଏନ୍‌ଆଇଟି ରାଉରକେଲା ୨୦୧୯ରେ ‘କ୍ୟୁଏସ୍‌ ବ୍ରିକ୍‌ସ’ ବର୍ଗରେ ସାମଗ୍ରିକ ଭାବେ ୧୨୧ତମ ସ୍ଥାନ ଏବଂ ଭାରତୀୟ ବିଶ୍ବବିଦ୍ୟାଳୟ ମାନଙ୍କ ମଧ୍ୟରେ ୨୭ତମ ସ୍ଥାନ, ‘ଆଉଟ୍‌ଲୁକ୍‌ ଆଇ-କେୟାର୍’ ରାଙ୍କିଙ୍ଗ୍ ରେ ଉତ୍କୃଷ୍ଟ ସ୍ଥାନ, ବିଶ୍ବର ଇଞ୍ଜିନିୟରିଂ କଲେଜମାନଙ୍କ ମଧ୍ୟରେ ୧୨୫୮ କଲେଜ ମଧ୍ୟରୁ ୬୦୧–୮୦୦ ବର୍ଗରେ ସ୍ଥାନିତ ହୋଇଥିଲା। ଏତଦ୍‌ବ୍ୟତୀତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ସାରା ଦେଶରେ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁସନ୍‌ ରାଙ୍କିଙ୍ଗ୍  ଫ୍ରେମ୍‌ୱର୍କ(ଏନ୍‌ଆଇଆର୍‌ଏଫ୍‌)ରେ ଶିକ୍ଷା, ଶିକ୍ଷାଗ୍ରହଣ, ସମ୍ବଳ, ଶିକ୍ଷା ନିର୍ଯାସ, ଗବେଷଣା ଏବଂ ପେସାଦାରିତା ଆଦି କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିଲା। ଏହି ରାଙ୍କିଙ୍ଗ୍ରେ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ’ କଲେଜ ମଧ୍ୟରେ ୧୬ତମ ସ୍ଥାନ, ସାମଗ୍ରିକ ଭାବେ ୩୮ତମ ସ୍ଥାନ ହାସଲ କରିଥିଲା। ଏଥିସହ ଏବେ ଆଉଟ୍‌ଲୁକ୍‌ ଆଇ–କେୟାର ରାଙ୍କିଙ୍ଗରେ ଏନ୍‌ଆଇଟି ରାଉରକେଲା ଗତ ୩ ବର୍ଷ ମଧ୍ୟରେ ଉନ୍ନତ ମାନ ବଜାୟ ରଖିଛି। ୨୦୧୯ରେ ଏହି ଅନୁଷ୍ଠାନ ୫୦ତମ ସ୍ଥାନ ହାସଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe