ଯୁବତୀଙ୍କୁ ପ୍ରେମ ପ୍ରତାରଣା, ଜେଲଗଲା ଅଭିଯୁକ୍ତ ପ୍ରେମିକ

Advertisment
ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନାଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳର ସୁମିତ ନାଏକ (୨୭)କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, ସଂପୃକ୍ତ ଯୁବତୀ ଜଣକ ତାମିଲନାଡୁର ଏକ କମ୍ପାନିରେ କାମ କରୁଥିଲେ। ସେହି କମ୍ପାନିରେ ସୁମିତ ମଧ୍ୟ କାମ କରୁ୍‌ଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ସୁମିତ ବିବାହ ପ୍ରଲୋଭନ ଦେଇ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା। ପରେ ସୁମିତ ଗାଁକୁ ଚାଲିଆସି ଯୁବତୀଙ୍କ ସହ କୌଣସି ସମ୍ପର୍କ ରଖିନଥିବାରୁ ଯୁବତୀ ଜଣକ ଘରକୁ ଆସି କୋକସରା ଥାନାର ଦ୍ୱାରସ୍ଥ ହୋଇଥିଲେ। ଏନେଇ ପୁଲିସ୍ ତଦନ୍ତ ଜାରି ରଖିଥିବା ବେଳେ ଡୁଙ୍ଗୁରିପାଲିରୁ ଅଭଯିୁକ୍ତ ସୁମିତ ନାଏକକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe