ଗଞ୍ଜାମ ପାଟପୁର ତପ୍ତପାଣି ଘାଟିରେ ଓଲଟି ପଡିଲା ଟୁରିଷ୍ଟ ବସ

Advertisment
ଚୁନା ଘାଟିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଛଅ ଗୁରୁତର

Greater Kashmir

ବ୍ରହ୍ମପୁର: ଗଞ୍ଜାମ ପାଟପୁର ତପ୍ତପାଣି ଘାଟିରେ ଓଲଟି ପଡିଲା ଟୁରିଷ୍ଟ ବସ । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇପଡିଥିବାବେଳେ ୩୫ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି ବେଲଗଡ ଗ୍ରାମ ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୩୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି | ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଦଶରଥପୁର ପଞ୍ଚାୟତ ପାଟଣା ଗାଁର ୬୫ ଜଣ ଲୋକ ଏକ ବସରେ ଗଞ୍ଜାମର ତପ୍ତପାଣି, ଗଜପତି ଜିଲ୍ଲା ଜିରାଙ୍ଗ ଖସଡ଼ା ଦେଇ ଗାଁକୁ ଫେରୁଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିଛି | ଫଳରେ ଅନେକ ୪୦ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି ଓ ସେଥିମଧ୍ୟରୁ ୬ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି।

ଖବର ପାଇ ପୋଡ଼ାମାରି ଫାଣ୍ଡି ଅଧିକାରୀ, ମୋହନା ଅଗ୍ନିଶମ ବାହିନୀ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ, ମୋହନା ଥାନା ଅଧିକାରୀ ପାଟପୁର ଥାନା ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର ୫ ଟି ୧୦୮ ଆମ୍ବୁଲାନ୍ସ ଓ ୨ ଟି ଅଗ୍ନିଶମ ବାହୀନି ଗାଡ଼ି ରେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe