କାଳବୈଶାଖୀ ପାଇଁ ଟିପିଏସ୍ଓଡିଏଲର ପ୍ରସ୍ତୁତି: ତୃଣମୂଳ ସ୍ତରରେ ୫,୯୦୦ କର୍ମଚାରୀ ନିୟୋଜିତ

Advertisment
କାଳବୈଶାଖୀ ପାଇଁ ଟିପିଏସ୍ଓଡିଏଲର ପ୍ରସ୍ତୁତି: ତୃଣମୂଳ ସ୍ତରରେ ୫,୯୦୦ କର୍ମଚାରୀ ନିୟୋଜିତ

ବ୍ରହ୍ମପୁର: ସମ୍ଭାବ୍ୟ କାଳବୈଶାଖୀକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼(ଟିପିଏସ୍ଓଡିଏଲ୍) ଗତ କିଛି ବର୍ଷ ମଧ୍ୟରେ ନାନା ପଦକ୍ଷେପ ନେବା ସହ ଏହି ଦିଗରେ ପ୍ରୟାସକୁ ଦ୍ଵିଗୁଣିତ କରିଛି। ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ତ୍ୱରିତ ସମାଧାନ ଦିଗରେ ଗୁରୁତ୍ବ ଦେଇ କମ୍ପାନୀ କାଳବୈଶାଖୀ ଜନିତ ଆହ୍ୱାନର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି।

ଆର୍ଥିକ ବର୍ଷ୨୦୨୩ରେ ୫୦୪ ଟି କାଳବୈଶାଖୀ ସମ୍ପର୍କିତ ଘଟଣା ଘଟିଥିବା ବେଳେ ଗତ ବର୍ଷ ଅର୍ଥାତ୍ ଆର୍ଥିକ ବର୍ଷ ୨୦୨୪ରେ ଏହି ସଂଖ୍ୟା ବୃଦ୍ଧି ପାଇ ୯୬୬ରେ ପହଞ୍ଚିଥିଲା। ଜବାବରେ କ୍ଷୟକ୍ଷତି କମାଇବା ସହ ତୁରନ୍ତ ବିଦ୍ୟୁତ ପୁନଃଯୋଗାଣ କରିବା ପାଇଁ ଟିପିଏସ୍ଓଡିଏଲ୍ ଏହାର ଭିତ୍ତିଭୂମିକୁ ଆହୁରି ଉନ୍ନତ କରିଥିଲା। ଭାରତୀୟ ପାଣିପାଗ ପକ୍ଷରୁ ଆକଳନ କରାଯାଇଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସୁନିଶ୍ଚିତ କରିବା ପାଇଁ ଟିପିଏସ୍ଓଡିଏଲ୍ ନାନା ପଦକ୍ଷେପ ନେଇଛି। ଅପରେସନାଲ ସାମର୍ଥ୍ୟକୁ ବୃଦ୍ଧି କରିବା ସହିତ ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ଅଧିକ ସମ୍ବଳ ନିୟୋଜିତ କରିବା ଦିଗରେ ଟିପିଏସ୍ଓଡିଏଲ୍ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। କାଳବୈଶାଖୀ ସମୟରେ ତୁରନ୍ତ ବିଦ୍ୟୁତ ପୁନଃଯୋଗାଣ କରିବା ସକାଶେ ଆବଶ୍ୟକୀୟ ସରଞ୍ଜାମ ସହ ୫,୯୦୦ ରୁ ଉର୍ଦ୍ଧ୍ବ ଗ୍ରାଉଣ୍ଡ ଷ୍ଟାଫ ନିୟୋଜିତ କରାଯାଇଛି। ଏହା ସହ ଜରୁରୀକାଳୀନ ପରିସ୍ଥିତିର ପରିଚାଳନା କରିବା ପାଇଁ ଅତିରିକ୍ତ ୮୦୦ କର୍ମଚାରୀ ଷ୍ଟାଣ୍ଡ ବାଏ ଭାବେ ପ୍ରସ୍ତୁତ ରହିଛନ୍ତି। ପାହାଡୀ ତଥା କଷ୍ଟସାଧ୍ୟ ଅଞ୍ଚଳରେ ବିଦ୍ୟୁତ ଉପକରଣଗୁଡ଼ିକୁ ପହଞ୍ଚାଇବା ପାଇଁ ଆଗୁଆ ସତର୍କତା ଅବଲମ୍ବନ କରି ଟିପିଏସ୍ଓଡିଏଲ୍ ଓଡ୍ରାଫ୍ ଏବଂ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରଖି କାମ କରୁଛି।

ଭିତ୍ତିଭୂମି ଉନ୍ନତିକରଣକୁ ବାଦ୍ ଦେଇ ଟିପିଏସ୍ଓଡିଏଲ୍ ବ୍ରହ୍ମପୁରରେ ୨୪×୭ ଘଣ୍ଟିଆ ଅତ୍ୟାଧୁନିକ କେନ୍ଦ୍ରୀଭୂତ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ କରିଛି। ଏହି କଣ୍ଟ୍ରୋଲ ସେଣ୍ଟର୍ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ମନିଟରିଂ କରିବା ସହ ଦକ୍ଷିଣ ଓଡ଼ିଶାର ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସୁନିଶ୍ଚିତ କରେ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗ କହିଛନ୍ତି, "ଓଡ଼ିଶାବାସୀଙ୍କ ପାଇଁ ଆମର ପ୍ରତିବଦ୍ଧତା କେବଳ ବିଦ୍ୟୁତ ଯୋଗାଣରେ ସୀମିତ ନୁହେଁ, ବରଂ ଆମେ ସେମାନଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ସମର୍ପିତ। ଭିତ୍ତିଭୂମି, ମାନବ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟାରେ ସୁଚିନ୍ତିତ ନିବେଶ ସହ ଆମେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ବଜାୟ ରଖିବା ପାଇଁ ପ୍ରସ୍ତୁତ ଅଛୁ। ଆମ ଟିମ୍ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସୁସଜ୍ଜିତ ଏବଂ ସଜାଗ ରହିଛନ୍ତି। ଏହା ସେବା ଓ ସୁରକ୍ଷା ପ୍ରତି ଆମର ସମର୍ପିତ ମନୋଭାବକୁ ଦର୍ଶାଏ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe