ବାଲିଗୁଡ଼ାର କଟପଡ଼ି ନିକଟରେ ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ୩ମୃତ

Advertisment
ବାଲିଗୁଡ଼ାର କଟପଡ଼ି ନିକଟରେ ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ୩ମୃତ

Telegraph India

ବାଲିଗୁଡ଼ା: ଟ୍ରାକ୍ଟର ସହ ଧକ୍କା ଖାଇଲା ବାଇକ। ଦୁର୍ଘଟଣାରରେ ବାଇକରେ ଥିବା ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିିଛି। ବାଲିଗୁଡ଼ାର କଟପଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା କଟପଡ଼ି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶଳା ଓ ଭିଣୋଇଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ମୁତାବକ, ରାତିରେ ବାଲିଗୁଡ଼ାରୁ ସିନ୍ଦ୍ରି ଗାଁକୁ ଏକ ବାଇକରେ ଶଳା, ଭିଣୋଇ ନିଜର ଆଉ ଜଣେ ସାଙ୍ଗ ସହ ଏକ ପଲସର୍ ବାଇକରେ ଯିବା ସମୟରେ ଦୁର୍ଘଟଣା ଘଟିଥିଲର। ବିପରୀତ ଦିଗରୁ ଆସୁଥିବା ଟ୍ରାକଟରର ଲାଇଟ୍ ଠିକ୍ ନଥିବାରୁ ବାଇକ ଚାଳକ ଜଣକ ଜାଣି ନପାରି ଟ୍ରାକ୍ଟର ସହ ଧକ୍କା ଖାଇଥିଲା। ଏହା ଫଳରେ ଘଟଣାସ୍ଥଳରେ ରାଧାକାନ୍ତ ପୂଜାରୀ ଏବଂ ଦଶରଥ ପ୍ରଧାନୀଙ୍କର ମୃତ୍ୟୁ ଘଟିଥିବା ବେଳେ ସାଗର ଦିଗାଲଙ୍କର ମେଡ଼ିକାଲରେ ମୃତ୍ୟୁ ହେଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ, ଟ୍ରାକ୍ଟର ଓ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe