ଧାନ ଅମଳ ବେଳେ ଅଗ୍ନିକାଣ୍ଡ: ଥ୍ରେସର, ଟ୍ରାକ୍ଟର ଓ ଧାନଖରି ଜଳିଗଲା

ଧାନ ଅମଳ ବେଳେ ଅଗ୍ନିକାଣ୍ଡ: ଥ୍ରେସର, ଟ୍ରାକ୍ଟର ଓ ଧାନଖରି ଜଳିଗଲା

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ ମିନଗୁର ପଞ୍ଚାୟତ ଖମନପଡ଼ାରେ ଶୁକ୍ରବାର ଧାନ ଅମଳ ବେଳେ ଅଗ୍ନିକାଣ୍ଡ ଘଟି‌ ଥ୍ରେସର, ଟ୍ରାକ୍ଟର ଓ ଧାନଖରି ଜଳି ଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚିଥିଲେ ହେଁ ସେତେବେଳକୁ ସବୁ ପୋଡ଼ି ସାରିଥିଲା।
ପ୍ରକାଶ ଯେ, ଶୁକ୍ରବାର ଦିନ ୧୧ଘଣ୍ଟା ସମୟରେ ଖମନପଡ଼ାର ବିଶ୍ୱନାଥ ମାଝୀ ତ‌ାଙ୍କ ଚାଷ ଜମିର ଧାନ ଅମଳ କରୁଥିଲେ। ଧାନକୁ ମିନଗୁର ଗ୍ରାମର ଅରୁଣ ପଣ୍ଡାଙ୍କ ଥ୍ରେସର ଦ୍ୱାରା ଥ୍ରେସିଂ କରୁଥିଲେ। ଏହି ସମୟରେ ଟ୍ରାକ୍ଟରରୁ ହଠାତ ନିଆଁ ବାହାରିଥିଲା। ଏଥିରେ ଟ୍ରାକ୍ଟର, ଥ୍ରେସର ଏବଂ ଗଦା ହୋଇଥିବା ଧାନ ଜଳିଯାଇଥିଲା।

ଉପସ୍ଥିତ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଖବର ପାଇ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ବିନୋଦ ବିହାରୀ କେରକେଟା, ଶରତ ମାଝୀ, କ୍ଷୀରୋଦ ନାଗ ଏବଂ ବବଲୁ ସିନ୍ଦରିଆ ପହଞ୍ଚି ନିଆଁ ଲିଭାଇଥିଲେ। ପରେ ମଣ୍ଡଳ ରାଜସ୍ବ ନିରୀକ୍ଷକ ମୁକ୍ତିକାନ୍ତ ଭୋଇ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିଲେ। ଟ୍ରାକ୍ଟର ଏବଂ ଥ୍ରେସର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଧାନ ପ୍ରାୟ ୫ ଶହ ଭରା ନଷ୍ଟ ହୋଇଥିବା ରାଜସ୍ବ ନିରୀକ୍ଷକ ଶ୍ରୀ ଭୋଇ କହିଥିଲେ। କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe