ଟ୍ରାକ୍ଟର ଓଲଟି ନାବାଳକ ମୃତ, ଚାଳକ ସହ  ୩  ଗୁରୁତର

ଗାଡି ଧକ୍କାରେ ବାଇକ୍ ଚାଳକ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଆମାନେରା ନିକଟ ଏକ ଜମିରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଥିରେ ଚାଳକଙ୍କ ୩ ଜଣ ଗୁରୁତର ହୋଇ ନୂଆପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନାନୁସାରେ ଆଜି ଏକ ସକାଳେ ଏକ ନୂଆ ଟ୍ରାକ୍ଟର ଧରି ଆମାନେରା ଗ୍ରାମର ୪ ଜଣ ଜମିକୁ ଯାଉଥିବା ବେଳେ ଜମି ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଫଳରେ ଭାବେଶ ମାଝୀ (୭)ଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଚାଳକ ସୋମନାଥ ମାଝୀ (୨୧), ଠାକୁରରାମ ପଟେଲ (୧୯) ଓ ମାଙ୍ଗେଶ୍ବର ପଟେଲ (୨୩)ଙ୍କ ଗୁରୁତର ହୋଇଥିଲେ। ଖବର ପାଇ ଧରମବନ୍ଧା ଥାନା ଅଧିକାରୀ ବିନୋଦ ବିହାରୀ ସେଠୀ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଭାବେଶକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଭବେଶଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୁଲିସ ଟ୍ରାକ୍ଟରକୁ ଜବତ କରିଥିବା ଧରମବନ୍ଧା ଥାନା ଅଧିକାରୀ ​ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe