ଟ୍ରାକ୍ଟର ଓଲଟି ହେଲପର ମୃତ

ରୋଲରକୁ ଧକ୍କା ଦେଲା ସ୍କର୍ପିଓ; ଜଣେ, ମୃତ ୫ ଗୁରୁତ

ଢେଙ୍କିକୋଟ: ଘଟଗାଁ ଥାନା ତୋରାଣିପୋଖରୀ ପଞ୍ଚାୟତ ଗୋପପୁର ଗ୍ରାମର ମନୋଜ କୁମାର ନାୟକଙ୍କ ଟ୍ରାକ୍ଟରଟି ପାଟଣାରୁ ଲଙ୍ଗଳ ମରାମତି କରି ଗାଁକୁ ଫେରୁଥିବା ସମୟରେ ସରାସପଶି ନିକଟରେ ଓଲଟି ପଡ଼ିବାରୁ ହେଲପର୍‌ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗ୍ରାମର ଚନ୍ଦନ କୁମାର ମହାକୁଡ଼ (୨୨)।

ପାଟଣାରୁ ଟ୍ରାକ୍ଟର ନେଇ ଫେରିବା ସମୟରେ ହେଲପର୍‌ ଚନ୍ଦନ ଚାଳକଙ୍କୁ ଟ୍ରାକ୍ଟର ଚଳାଇବା ପାଇଁ କହିଥିଲେ। ଚାଳକ ତାଙ୍କୁ ଟ୍ରାକ୍ଟର ଚଳାଇବାକୁ ସୁଯୋଗ ଦେବା ସମୟରେ ସରାସପଶି ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe