ଆଦିମ ସିନ୍ଧୁବାସୀ ୯ ମାହାଲ ଭୂମିଜଙ୍କ ସାରହୁଲ ପୂଜା

Advertisment
ଆଦିମ ସିନ୍ଧୁବାସୀ ୯ ମାହାଲ ଭୂମିଜଙ୍କ ସାରହୁଲ ପୂଜା

Sambad

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ନିକଟସ୍ଥ ରୁଆଁସି ଠାରେ ଥିବା ଆଦିମ ସିନ୍ଧୁବାସୀ ୯ ମାହାଲ ଭୂମିଜଙ୍କ ମୂଖ୍ୟ କାର୍ଯ୍ୟାଳୟ ନିକଟରେ ୨୦ ତମ ସାରହୁଲ ହାଦି ପରବ ଓ ପୂଜା ପରମ୍ପରା ଅନୁଯାୟୀ ପାଳିତ ହୋଇଯାଇଛି। ଭୂମିଜଙ୍କ ପରମ୍ପରା ଅନୁଯାୟୀ ପ୍ରଥମେ ଗଛ ଓ ପଥରକୁ ପୂଜା କରାଯାଇଥିଲା ଏବଂ ଶାଳ ଗଛର ନଅଗୋଟି ଶାଳ ଡାଳ ଆଣି ଧାଡିକରି ନଅ ଜଣ ଦେବତାଙ୍କ ନାମରେ ପୂଜା କରାଗଲା। ନଅ ଗୋଟି ଦେବତା ହେଉଛି ନଅଗୋଟି ଗ୍ରହ। ଏହା ବ୍ୟତିତ ପୃଥିବୀର ନଅଗୋଟି ଗଛ ହେଲା ବଟ, ଖେଜୁରୀ, ମହୁ, ଆମ୍ବ, ଅଶ୍ୱତଥ, ଶନି, ଚନ୍ଦନ, ଗ୍ରହୁ ଓ କେତୁ ଗଛକୁ ପୂଜା କରିଥାନ୍ତି ଏବଂ ଆମ୍ବଫଳ, ମହୁଲ ଫୁଲ, ଶାଳ ଫୁଲ, କେନ୍ଦୁ ଫଳ ପ୍ରଭୃତି ପୂଜା କରିଥାନ୍ତି ଏବଂ ନିଜେ ବ୍ୟବହାର କରିଥାନ୍ତି। ଏହାପରେ ଶାରହୁଲ ପୂଜା ଗୀତଗାଇ ଭୂମିଜ ମାନେ ଶାରହୁଲ ନାଚ କରିଥିଲେ। ୟ

ଏଥିରେ ୯ ମାହାଲ ସ୍ଥାୟୀ ସଭାପତି ଗୁଲାପ ସିଂହଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ଭୂମିଜ ସମାଜର କୋଷାଧକ୍ଷ ଗଣେଶ ସର୍ଦ୍ଧାର ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ, ବିରସିଂହ ଭୂମିଜ, ଗୁହାଳଡାଙ୍ଗିରୀ ସରପଞ୍ଚ ବିଶୁ ମୁଣ୍ଡା, ସମିତି ସଭ୍ୟା ଭବାନୀ ନାୟକ,କଇଁପୁରର ସଭାପତି ବୁଢାନ ସର୍ଦ୍ଧାର୍, ପାକଣା ନାୟା ସମାୟ ସର୍ଦ୍ଧାର୍, ବିଜାତଳା ରବିନ୍ଦ୍ରନାଥ ମୁଣ୍ଡା, ଠାକୁର ଦାସ ମୁଣ୍ଡା, ଛୁଟୁରାମ ମୁଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ୯ ମାହାଲର ସଦସ୍ୟ ରଞ୍ଜିତ ମୁଣ୍ଡା, ନିରସ୍ତନ ମୁଣ୍ଡା, ମଧୁ ମୁଣ୍ଡା,କୃଷ୍ଣ ମୁଣ୍ଡା, ପୁଲିନ ମୁଣ୍ଡା, ଫିରୋଜ ମୁଣ୍ଡା ପ୍ରମୂଖ ସହଯୋଗ କରିଥିଲେ। ଶେଷରେ ଭୂମିଜ ସମ୍ପ୍ରଦାୟର ସାରହୁଲ ନାଚ ପ୍ରତିଯୋଗିତା ହୋଇଥିଲା ଏବଂ ବିଜେତା ଦଳକୁ ପୁରସ୍କୃତ କରାଯାଇଥିଲା। ହଜାର ହଜାର ଭୂମିଜ ଏହି ଶାରହୁଲ ପୂଜାରେ ଯୋଗ ଦେଇଥିଲେ। ଶେଷରେ ସଭାପତି ଗୁଲାପ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe