ବସଷ୍ଟାଣ୍ଡ ସାମ୍ନା ହୋଟେଲ ପାଲଟିଛି ଟ୍ରାଫିକ ଛକ

Advertisment
ବସଷ୍ଟାଣ୍ଡ ସାମ୍ନା ହୋଟେଲ ପାଲଟିଛି ଟ୍ରାଫିକ ଛକ

Sambad

ଜୟପୁର: ଜୟପୁର ସରକାରୀ ବସଷ୍ଟାଣ୍ଡ ସାମ୍ନାରେ ଟ୍ରାଫିକ ଛକ ପାଲଟି ଯାଇଛି। ଏଠାରେ ରହିଥିବା ହୋଟେଲ ଓ ବିଦେଶୀ ମଦ ଦୋକାନ ସମ୍ମୁଖରେ ବହୁ ବାଇକ୍ ରାସ୍ତା ଅବରୋଧ କରି ଜମା ହୋଇ ରହୁଛି। ଫଳରେ ସରକାରୀ ବସ ଷ୍ଟାଣ୍ଡମଧ୍ୟରୁ ବାହାରିବା ମୁସ୍କିଲ ହୋଇ ପଡ଼ିବା ସହ ଦିନ ତମାମ ହୋଟେଲ ପାଲଟୁଛି ଟ୍ରାଫିକ ଛକ। ସୂଚନା ଅନୁଯାୟୀ, ଜୟପୁର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ରାସ୍ତାଟିର ଗୋଟିଏ ପାର୍ଶ୍ବରେ ରହିଥିବା ହୋଟେଲଓ ବିଦେଶୀ ମଦ ଦୋକାନ ଯୋଗୁଁ ବହୁ ସମୟରେ ବାଇକ୍ ଗୁଡିକ ରାସ୍ତା ଉପରେ ଅବ‌ୋରଧ କରି ରହୁଛନ୍ତି। ଫଳରେ ରାସ୍ତାଟି ସଂକୀର୍ଣ୍ଣ ହେବା ସହ ବସ ବୁଲାଇ ବାହାରକୁ ବାହାର କରିବା ଡ୍ରାଇଭରଙ୍କ ପାଇଁ ମୁସ୍କିଲ ହେଉଛି। ଏପରିକି ବହୁ ସମୟରେ ବସକୁ ଆଗ ପଛ କରିବା ସହ ରାସ୍ତା ଉପରୁ ବାଇକ ଉଠାଇବା ପରେ ଯାଇ ବସ ବାହାରୁଛି।

publive-image Sambad

ଆଜି ‌ଜଣେ ବ୍ୟକ୍ତିଙ୍କ ବାଇକକୁ ବସର କର୍ମଚାରୀ ଘୁଛାଞ୍ଚାଇବାକୁ ନେଇ ବାଇକ ମାଲିକ ଆସି ଗଣ୍ଡଗୋଳ କରିଥିବା ଦେଖିବାକୁ ମିଳିଥିଲା। ବସ ଗୁଡିକ ବାହରକୁ ବାହାରିବା ସମୟ ଅଧା ବାହାରେ ଅଧା ଭିତରେ ରହିବା ଫଳରେ ବସ ଷ୍ଟାଣ୍ଡ ସମ୍ମୁଖରେ ବହୁ ସମୟରେ ଏହି ସମସ୍ୟା ଲାଗି ରହୁଛି। ସହରର ମୁଖ୍ୟରାସ୍ତା ପାର୍ଶ୍ବରେ ବସଷ୍ଟାଣ୍ଡଟି ରହିଥିବାରୁ ଏହିରାସ୍ତାରେ ଦୁଇ ଓ ଚାରିଚକିଆ ଯାନବାହାନ ଯିବା ଆସିବା ବି ବହୁ ପରିମାଣର କରୁଥିବାରୁ ଏହି ସମୟରେ ଟ୍ରାଫିକ ସମସ୍ୟା ବି ବେଶି ଦେଖିବାକୁ ମିଳୁଛି। ଏପରିକି ବସ ‌ଷ୍ଟାଣ୍ଡରୁ୧୦୦ମିଟର ମଧ୍ୟରେ ମୁଖ୍ୟ ଟ୍ରାପିକ ଛକ ରହିଥିବା ବେଳେ ସିଗନାଲ୍ ଲାଇଟ୍ ଏହି ସମୟରେ ଦେଇ ଦେଲେ ଅଧିକା ସମସ୍ୟା ଉପୁଜୁଛି। ଏଦିଗ‌ରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଜୟପୁର ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe