କରମଣ୍ଡଳ ଦୁର୍ଘଟଣା: ଯାଜପୁରର ଦୁଇ ମୃତ

କରମଣ୍ଡଳ ଦୁର୍ଘଟଣା: ଯାଜପୁରର ଦୁଇ ମୃତ

Zee News - India.com

ବ୍ୟାସନଗର: ବାଲେଶ୍ବରର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍ ଦୁର୍ଘଟଣାରେ ବ୍ୟାସନଗର ଆଖପାଖ ଅଞ୍ଚଳର ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଷ୍ଟେସନ ମାଷ୍ଟର ସମୀର ସ୍ଵାଇଁଙ୍କ ସୂଚନା ଅନୁଯାୟୀ, ଦାନଗଦୀ ବ୍ଲକ୍ ଅନ୍ତର୍ଗତ ରାଛିପୁର ଗ୍ରାମର ଶତ୍ରୁଘନ ସାହୁଙ୍କ ମଝିଆ ପୁଅ ଶିବଶଙ୍କର(୪୮)ଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମନୋହରୀ ବ୍ୟବସାୟୀ ଶିବଶଙ୍କର କୋଲକାତାରୁ ଜିନିଷପତ୍ର ଆଣି ବ୍ୟାସନଗର ସହରର ଅଳଙ୍କାର ଦୋକାନୀମାନଙ୍କୁ ଯୋଗାଇ ଦେଇଥା’ନ୍ତି।

ସେ ଶୁକ୍ରବାର କୋଲକାତାରୁ ଜିନିଷପତ୍ର ନେଇ ଫେରୁଥିବା ସମୟରେ ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେହିଗ୍ରାମର ଅନ୍ୟଜଣେ ବ୍ୟକ୍ତି କୁଳମଣି ସାହୁ(୫୮) ମଧ୍ୟ ଏହି ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଛନ୍ତି। ସେ ବ୍ୟାସନଗର ସହରର ଗୁପ୍ତା ଭେରାଇଟି ଷ୍ଟୋରରେ ଏମ୍‌.ଆର. ଭାବେ କାର୍ଯ୍ୟ କରନ୍ତି। ଅନ୍ୟ ଯୁବକ କୋରେଇ ବ୍ଲକ୍‌ ଅନ୍ତର୍ଗତ ଶଙ୍ଖଚିଲାସ୍ଥିତ କୃଷ୍ଣନଗର ଗ୍ରାମର ନରେନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ଜିତେନ୍ଦ୍ର(୪୪)। ଗତକାଲି ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲିର ଟ୍ରେନ୍‌ ଦୁର୍ଘଟଣା ପରେ ଯାଜପୁରରୋଡ ରେଳ ଷ୍ଟେସନରେ ବାଙ୍ଗିରିପୋଷି ଏକ୍ସପ୍ରେସ, ଡିଏମ୍‌ୟୁ ଅଟକି ରହିଥିଲା। ଆଜି ସକାଳୁ ଏହି ଟ୍ରେନ୍‌ ଗୁଡ଼ିକ ଯାଜପୁର ରୋଡରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛି। ସେହିପରି ଯଖପୁରା ଷ୍ଟେସନରୁ କେନ୍ଦୁଝର ଦେଇ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌, ଜଗନ୍ନାଥ ଏକ୍ସପ୍ରେସ୍‌, ଫଲକନାମା ଏକ୍ସପ୍ରେସ୍‌ ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe