ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ

Advertisment

ରେଳ ଲାଇନ୍‌ରେ ଗୋଡ, ବୁଦାକୁ ଛିଟିକି ପଡିଛି ଶରୀର

ରେଳ ଲାଇନ୍‌ରେ ଗୋଡ, ବୁଦାକୁ ଛିଟିକି ପଡିଛି ଶରୀର

ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ

ବାରିପଦା: ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ ଘଟିଛି। ବାରିପଦା ସୁନଗଡିଆ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୋମବାର ସକାଳୁ ବାଙ୍ଗରିପୋଷୀ-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଟ୍ରେନରେ କଟି ଯାଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯୁବକ ଜଣକ ବେତନଟୀ ବ୍ଲକ ଅନ୍ତର୍ଗତ ଦାଲକୀ ଅଞ୍ଚଳ ଶ୍ରୀକାନ୍ତ ମହାକୁଡ଼(୨୫)।

ରେଳ ଲାଇନ୍ ଉପରେ ଗୋଟିଏ ଗୋଡ କଟି ରହିଯାଇଥିବାବେଳେ, ବାକି ଶରୀରଟି ରେଳ ଧାରଣା ତଳ ବୁଦାକୁ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଲୋକେ ଫୋନ୍ ଯୋଗେ ଜିଆରପିକୁ ସୂଚନା ଦେଇଥିଲେ। ରେଳ ପୁଲିସ ଖବର ପାଇ ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe