କାର୍ଯ୍ୟରତ ସୁପରଭାଇଜରଙ୍କ ଉପରେ ମାଡିଗଲା ଟ୍ରେନ୍‌

Advertisment
କାର୍ଯ୍ୟରତ ସୁପରଭାଇଜରଙ୍କ ଉପରେ ମାଡିଗଲା ଟ୍ରେନ୍‌

ରାଇରଙ୍ଗପୁର/ବାଦାମପାହାଡ଼: ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ। ଟ୍ରେନ୍‌ ଲାଇନ୍‌ରେ ବିଦ୍ୟୁତକରଣ ନିମନ୍ତେ କାର୍ଯ୍ୟ କରୁଥିବା ସୁପରଭାଇଜରଙ୍କ ଉପରେ ମାଡିଗଲା ଟ୍ରେନ, ଚାଲିଗଲା ଜୀବନ। ସୁପରଭାଇଜରଙ୍କ ଗଣ୍ଡି-ମୁଣ୍ଡ ଅଲଗା ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, ମୋବାଇଲରେ କଥା ହେବା ଯୋଗୁଁ ସୁପରଭାଇଜର ଜଣଙ୍କ ଅନ୍ୟମନସ୍କ ଥିଲେ। ଯାହାଫଳରେ ତାଙ୍କ ଉପରେ ଟ୍ରେନଟି ମାଡି ଯାଇଥିଲା। ପୁଣି ସେ କାନରେ ଇୟର ଫୋନ୍‌ ଲଗାଇ କଥା ହେଉଥିଲେ।

ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ଛଣୁଆ ଷ୍ଟେସନ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରେଳ ଭିଭାଗର ବିଦ୍ୟୁତ କରଣ କାର୍ଯ୍ୟ ତଦାରଖ କରୁଥିବା ସୁପର ଭାଇଜର ଜଣଙ୍କ ମୋବାଇଲରେ କଥା ହବାରେ ବ୍ୟସ୍ତ ଥିଲେ। ବାଦାମପାହାଡ଼ରୁ ମାଲ ବୋଝେଇ ଟ୍ରେନ ଟାଟା ଯାଉଥିଲା କିନ୍ତୁ ସୁପର ଭାଇଜର ଜଣକ ଜାଣି ପାରି ନ ଥିଲେ। ମୃତକ ହେଲେ ଝାରଖଣ୍ଡର ଖରସୁଆଁ ଅଞ୍ଚଳର ଅଙ୍କିତ ମିଶ୍ର ଏବଂ ସେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe