କଳାକାରଙ୍କୁ ୨ ଦିନିଆ ତାଲିମ: ସରକାରଙ୍କ ବିଭିନ୍ନ ଯୋଜନାର କରିବେ ପ୍ରଚାର

Advertisment
କଳାକାରଙ୍କୁ ୨ ଦିନିଆ ତାଲିମ: ସରକାରଙ୍କ ବିଭିନ୍ନ ଯୋଜନାର କରିବେ ପ୍ରଚାର

Sambad

ରାୟଗଡା: କଳାକାରଙ୍କୁ ଦିଆଯାଉଛି ତାଲିମ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାର ବ୍ଲକ କଳା ସାଂସ୍କୃତିକ ସଂଗଠନର କଳାକାରମାନଙ୍କୁ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇଦିନ ଧରି ତାଲିମ ପ୍ରଦାନ କରାଯିବ। ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ରାୟଗଡା ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଏବଂ  ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗକୁ ନେଇ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିରରେ ଅନୁଷ୍ଠିତ ପ୍ରଥମ ଦିନର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସାଧାରଣ ବିଭାଗ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଯାଜ୍ଞସେନୀ ବେହେରା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବି. ଏଲ. ଏନ. ରାଜୁ, ଓଏଲଏମ ଡିପିଏମ ହେମନ୍ତ ବାଗ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ପ୍ରଧାନ, ସଂସାଧନ ସଭ୍ୟ ଶିକ୍ଷକ ଦ୍ଵିତୀଚନ୍ଦ୍ର ସାହୁ, ସନ୍ତୋଷ କୁମାର ତାଣ୍ଡି, ଜିଲ୍ଲା କଳା ସାଂସ୍କୃତି ସଂଗଠନ ଉପ ସଭାପତି ସନ୍ତୋଷ କୁମାର ବଚା ପ୍ରମୁଖ ମଞ୍ଚସିନ ହୋଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ସଂଯୋଜନା କରିବା ସହ ତାଲିମ ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ।

ରାଜ୍ୟ ସରକାରଙ୍କ ପ୍ରତିମୂଳକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ମୁଖ୍ୟତଃ ସରକାରଙ୍କ ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଫସଲ ବୀମା ଯୋଜନା, କୃଷି ଋଣ ସୁଧ, ମଧୁବାବୁ ପେନସନ ଯୋଜନା, ଆମ ଓଡିଶା ନବୀନ ଓଡିଶା, ମିଶନ ଶକ୍ତି, ୫ଟି ସ୍କୁଲ ରୂପାନ୍ତୀକରଣ, କ୍ରୀଡା, ହରିଶ୍ଚନ୍ଦ୍ର ଯୋଜନା, ଓଡିଶା ଆଦର୍ଶ ବିଦ୍ୟାଳୟ, ଆମ ହସ୍ପିଟାଲ ଆଦି ଆଠଟି ଯୋଜନା ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ବିକେଏସଏସର ସାଧନ ସଭ୍ୟମାନେ ପ୍ରଶିକ୍ଷଣ ନେଇ ନିଜ ସଂଘର ଅନ୍ୟ ସଭ୍ୟମାନଙ୍କୁ ତାଲିମ ଦେବେ।ଆସନ୍ତା ସେପ୍ଟେମ୍ବର ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଷୋହଳ ଦିନ ଯାଏଁ ତାଲିମ ପ୍ରାପ୍ତ କଳାକାର ମାନେ ଗାଁ ଗାଁ ରେ ଲୋକଙ୍କୁ ଲୋକ କଳା ମାଧ୍ୟମରେ ସଚେତନ କରିବେ। ଆଜି ଗୁରୁବାର ତାଲିମ ଶିବିରରେ ବିଭିନ୍ନ ଯୋଜନା ସମ୍ପର୍କୀୟ ଭିଡ଼ିଓ ପ୍ରଦର୍ଶନ କରାଯାଇଥିବା ବେଳେ ଭିଡ଼ିଓ ସୟପ୍ରକିୟ ପ୍ରଶ୍ନତ୍ତର କାର୍ଯ୍ୟକ୍ରମ ଏବଂ ଏକ ଦିନର କାର୍ଯ୍ୟକ୍ରମର ସାରାଂଶ, ଚୂଡାନ୍ତୀକରଣ ବିଷୟରେ ଆଲୋକପାତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe