ଆଧୁନିକ ବଜାରୀକରଣ ନେଇ ଏମଏସଏମଇମାନଙ୍କ ଲାଗି ତାଲିମ ଶିବିର

Advertisment
ଆଧୁନିକ ବଜାରୀକରଣ ନେଇ ଏମଏସଏମଇମାନଙ୍କ ଲାଗି ତାଲିମ ଶିବିର

Sambad

ରାୟଗଡା: ରାୟଗଡା ସଦର ମହକୁମା ସ୍ଥିତ ଏକ ଘରୋଇ ହୋଟେଲରେ କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟ ତରଫରୁ ରାୟଗଡାର ୧୩୦ ଜଣ ଏମଏସଏମଇ ମାନଙ୍କ ଆଧୁନିକ ବଜାରିକରଣ ନେଇ ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସ୍ବଧାଦେବ ସିଂହ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଡିଏସଏସଆଇଏର ସଭାପତି ଏ. ଗୋବିନ୍ଦ ରାଓ, ଓଏଏସଏମଇର ସମ୍ପାଦକ ସତବିକ ସ୍ବାଇଁ, ୟୁସିସିଆଇଏଲର ସମ୍ପାଦକ ଏ. କେ. ସାରଦା, ଡିଆଇସି ଜିଏମ ବିକାଶ ଚନ୍ଦ୍ର ବାଇନ, କଟକ ଜିଲ୍ଲାର ଏମଏସଏମଇ-ଡିଏଫଓର ସହକାରୀ ନିର୍ଦେଶକଏସ ଏନ ନାୟକ, ରାୟଗଡା ଏମଏସଏମଇ-ଡିଏଫଓର ସହକାରୀ ନିର୍ଦେଶକ ଏ. କଟିରତ୍ନମ ପ୍ରମୁଖ ଉପସ୍ଥିତ ଥିଲେ। ଏସ୍‌ ଏନ୍‌ ନାୟକ ଅତିଥି ପରିଚୟ ପ୍ରଦାନ ସହ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଏମଏସଏମଇ ମାନେ ବିଶେଷକରି ଡିଜିଟାଲ ମାର୍କେଟିଂ, ସରକାରଙ୍କ ଇ-ବଜାର, ଆଧୁନିକ ପ୍ୟାକେଜିଂ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ନିୟମାବଳୀ, ସମ୍ପତ୍ତି ଅଧିକାର ନିୟମାବଳୀ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ବିଭିନ୍ନ ଯୋଜନା, କନ୍ଦ୍ର ସରକାରଙ୍କର ଆଧୁନିକ ବଜାରିକରଣର ବ୍ୟବସ୍ଥା ସମ୍ପର୍କରେ ବିସ୍ତୁତ ଭାବେ ବୁଝାଯାଇଥିଲା।

publive-image Sambad

ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ସିଂହ ମଧ୍ୟ ଏମଏସଏମଇ ମାନଙ୍କୁ କିପରି ନିଜର ବ୍ୟବସାୟରେ ଉନ୍ନତିକରଣ କରିବେ ଏବଂ ସରକାରଙ୍କ ତରଫରୁ ରହିଥିବା ସମସ୍ତ ସୁବିଧା ସୁଯୋଗ ସମ୍ପର୍କରେ କହିଥିଲେ। ପରେ ଏମଏସଏମଇ ମାନଙ୍କର ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନାରେ ବିଭିନ୍ନ ବିଭାଗରର ଅଧିକାରୀ ମାନଙ୍କ ମଧ୍ୟରୁ ଡିପିଆଇ ସ୍କିଲର ସୋନି ସାମଲ, ସୁଧାଂଶୁ ପ୍ରଧାନ, ଅରୋବିନ୍ଦ ଭଟାଚାର୍ଯ୍ୟ, ବିକାଶ କୁମାର ପଣ୍ଡା, ପ୍ରକାଶ ସୋରେନ ଉପସ୍ଥିତ ରହି ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ଏମଏସଏମଇର ସହକାରୀ ନିର୍ଦେଶକ ଏସ୍‌ ଏନ୍‌ ନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe