ବ୍ଲକସ୍ତରୀୟ କଳାକାରଙ୍କୁ ନେଇ ତାଲିମ ଶିବିର

Advertisment
ବ୍ଲକସ୍ତରୀୟ କଳାକାରଙ୍କୁ ନେଇ ତାଲିମ ଶିବିର

Sambad

ରାୟଗଡା: ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରାୟଗଡ ବ୍ଲକ କଳା ସାଂସ୍କୃତିକ ସଂଗଠନର କଳାକାର ମାନଙ୍କୁ ଆଜି ଠାରୁ ଦୁଇଦିନ ଧରି ତାଲିମ ପ୍ରଦାନ କରାଯାଉଛି। ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ‘ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗକୁ ନେଇ ଅନୁଷ୍ଠିତ ସାଂସ୍କୃତିକ ଦଳପତିଙ୍କ ପ୍ରଶିକ୍ଷଣ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ପଂଚାୟତ ସମିତି ଉପାଧ୍ୟକ୍ଷ ହର ପ୍ରସାଦ ହେପୃକା, ଭାରପ୍ରାପ୍ତ ବିଡ଼ିଓ କାଳୁଚରଣ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ. ସନମୁଖ ପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଂଜିତା ବେହେରା, ଜିପିଓ ଗୋପାଳ ପଣ୍ଡା, ବ୍ଲକ ଶିକ୍ଷା ଅଧିକାରୀ ସୁଦୀପ୍ତ ଦାସ, ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁନୀଲ ମହାପାତ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ, ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ କୁମାର ତାଣ୍ଡି ପ୍ରମୁଖ ମଞ୍ଚସିନ ହୋଇଥିଲେ। ସନ୍ତୋଷ ତାଣ୍ଡି ସଂଯୋଜନା କରିବା ସହ ତାଲିମ ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲ।

ମୁଖ୍ୟତଃ ସରକାରଙ୍କ ମମତା ଯୋଜନା,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଫସଲ ବୀମା ଯୋଜନା, କୃଷି ଋଣ ସୁଧ, ମଧୁବାବୁ ପେନସନ ଯୋଜନା, ଆମ ଓଡିଶା ନବୀନ ଓଡିଶା, ମିଶନ ଶକ୍ତି, ୫ଟି ସ୍କୁଲ ରୂପାନ୍ତୀକରଣ, କ୍ରୀଡା, ହରିଶ୍ଚନ୍ଦ୍ର ଯୋଜନା, ଓଡିଶା ଆଦର୍ଶ ବିଦ୍ୟାଳୟ, ଆମ ହସ୍ପିଟାଲ ଆଦି ଆଠଟି ଯୋଜନା ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ବିକେଏସଏସର ସାଧନ ସଭ୍ୟମାନେ ପ୍ରଶିକ୍ଷଣ ନେଇ ନିଜ ସଂଘର ଅନ୍ୟ ସଭ୍ୟମାନଙ୍କୁ ତାଲିମ ଦେବେ। ତାଲିମ ପ୍ରାପ୍ତ କଳାକାର ମାନେ ଗାଁ ଗାଁରେ ଲୋକଙ୍କୁ ଲୋକକଳା ମାଧ୍ୟମରେ ସଚେତନ କରିବେ। ଆଜିର ତାଲିମ ଶିବିରରେ ବିଭିନ୍ନ ଯୋଜନା ସମ୍ପର୍କୀୟ ଅଭିନୟ କରାଯାଇଥିଲା। ସେହିପରି ବିଷମକଟକ ବ୍ଲକରେ ଗତ ଦୁଇଦିନ ଧରି ବିଡ଼ିଓ ସଦାଶିବ ନାୟକଙ୍କ ସଭାପତିତ୍ୱରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଷମକଟକ ବ୍ଲକ ତାଲିମ କାର୍ଯ୍ୟକ୍ରମର ପ୍ରଥମ ଦିନରେରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ, ନିହାର ରଞ୍ଜନ କହଁର ଯୋଗଦାନ କରି ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe