ବସ୍ତିପିଲାଙ୍କ ପାଇଁ ନିଶା ନିବାରଣ ପ୍ରଶିକ୍ଷଣ ଶିବିର 

Advertisment
ବସ୍ତିପିଲାଙ୍କ ପାଇଁ ନିଶା ନିବାରଣ ପ୍ରଶିକ୍ଷଣ ଶିବିର 

Sambad

ଖୋର୍ଦ୍ଧା: ଭୁବନେଶ୍ୱର ଓ ପାରାଦୀପର ବିଭିନ୍ନ ବସ୍ତିର ପିଲାମାନଙ୍କୁ ନେଇ ଗତ ୨୧ ଦିନ ଧରି ଚାଲିଥିବା ନିଶା ନିବାରଣ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଯାଇଛି। ସୋସାଇଟି ଫର ଚିଲର୍ଡେନ୍ (ସୋଚ୍) ପକ୍ଷରୁ ଜଟଣୀ ସ୍ଥିତ ଅନୁଷ୍ଠାନର ନିଶାନିବାରଣ କେନ୍ଦ୍ରରେ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ୨୪ଜଣ ଶିଶୁ ଯୋଗ ଦେଇଥିଲେ। ଆଜି ଅନୁଷ୍ଠିତ ଉଦ୍ୟାପନୀ କାର୍ଯ୍ୟକ୍ରମରେ ସିଡବ୍ଲୁସି ଅଧ୍ୟକ୍ଷ ନୀଳକଣ୍ଠ ତ୍ରିପାଠୀ, ପୂର୍ବତନ ପ୍ରାଶାସନିକ ଅଧିକାରୀ ସମରେନ୍ଦ୍ର ସାହୁ, ଖୋର୍ଦ୍ଧା ରୋଡ୍ ଜିଆର୍ପିସି ଓଆଇସି ଧରଣୀଧର ପ୍ରଧାନ, ରେଳବାଇ ସୁରକ୍ଷା ବଳ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଭାରପ୍ରାପ୍ତ ଅଧିକାରୀ ମୋନୁ କୁମାର ଶର୍ମା, ଛଣଘର ସରପଞ୍ଚ ସୁଭାସିନୀ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇଥିଲେ।

ସୋଚ୍ର ମୁଖ୍ୟ ମନୋଜ ସ୍ୱାଇଁ ସ୍ୱାଗତ ଭାଷଣ ଓ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ପ୍ରକଳ୍ପ ପରିଚାଳକ ଲକ୍ଷ୍ମୀପ୍ରିୟା ସିଂହ ପ୍ରଶିକ୍ଷିତ ଶିଶୁଙ୍କ ଭବିଷ୍ୟତ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପଦ୍ମିନୀ କୁମାରୀ ବିଶୋଇ, ରୋଜାଲିନ, ରଞ୍ଜନ, ନୀଳାଦ୍ରି, ସୁକାନ୍ତ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe