Sambad
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ କାରାଗାରରେ ରହୁଥିବା ଅନ୍ତେବାସୀ ମାନେ ଏଠାରୁ ମୁକୁଳି ଯିବା ସମୟରେ ଏମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆରମ୍ଭ ହୋଇଛି ଧନ୍ଦାମୂଳକ ତାଲିମ। ଜନଶିକ୍ଷଣ ସଂସ୍ଥା ପକ୍ଷରୁ ୪୦ଦିନିଆ ତାଲିମ ଜାରୀ ରହିଛି। ବୈଦ୍ୟୁତିକ ସାମଗ୍ରୀ ମରାମତି, ଅଗ୍ରବତୀ ତିଆରି ଆଦି ତାଲିମ ନେଉଛନ୍ତି। ସେଭଳି ଅନ୍ତେବାସୀମାନେ ତିଆରି କରୁଥିବା ପାରମ୍ପରିକ ଚିତ୍ରପଟ୍ଟର ବିକ୍ରୀ କରିବାର ଦାୟିତ୍ବ ନେଇଛି ଓରମାସ ଓ ମହିଳା ସ୍ବୟଂ ସହାୟକ ଦଳ ‘ଶାବରୀ’।
Sambadଏହି ଦଳ ଅନ୍ତେବାସୀଙ୍କ ଚିତ୍ରପଟ୍ଟକୁ ନେଇ ଫ୍ରେମିଂ କରି ଉତ୍ତମ ବଜାର ଯୋଗାଇବା ଆରମ୍ଭ କରିଛି। ପ୍ରକାଶ ଯୋଗ୍ୟ, ଏଥି ପୂର୍ବରୁ ଅନ୍ତେବାସୀ ମାନେ ଫୁଲ ଝାଡୁ, ହଳଦୀ, ଅଟା ଆଦି ପ୍ରସ୍ତୁତ କରି ବି ବିକ୍ରୀ ଆରମ୍ଭ କରିଥିଲେ। ଚିତ୍ରପଟ୍ଟରୁ ମିଳୁଥିବା ଟଙ୍କାକୁ ସରକାରୀ ତହବିଲରେ ଜମା କରାଯିବ ବୋଲି କହିଛନ୍ତି ଜେଲ ଅଧିକ୍ଷକ ଲଲିତେନ୍ଦୁ ଭୁଷଣ ଦାଶ।
Follow Us