ଯୁବଶକ୍ତି ସ୍ବେଚ୍ଛାସେବୀଙ୍କୁ ତାଲିମ

ଯୁବଶକ୍ତି ସ୍ବେଚ୍ଛାସେବୀଙ୍କୁ ତାଲିମ

ପୁରୀ: ଆସନ୍ତା ୪ ତାରିଖ ଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ପୁଲିସକୁ ଯୁବଶକ୍ତିର ସ୍ବେଚ୍ଛାସେବୀମାନେ ସହଯୋଗ କରିବେ। ସେମାନେ ଏହି ଦିନ ଏକ ନିର୍ଦ୍ଦିଷ୍ଟ ପୋଷାକ ପରିଧାନ କରି ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବାରେ ସହଯୋଗ କରିବେ। ଏଥିପାଇଁ ଆଜି ଟାଉନ ଥାନା ପରିସରରେ ଏହି ସ୍ବେଚ୍ଛାସେବୀମାନଙ୍କୁ ଟି-ସାର୍ଟ ପ୍ରଦାନ କରାଯାଇଥିଲା।

ଏହାପରେ ପୁରୀ ଏସ୍‌ପି ଡା. କେ. ବିଶାଳ ସିଂହ ଏହି ସ୍ବେଚ୍ଛାସେବୀମାନଙ୍କୁ ସିଂହଦ୍ବାର ସମ୍ମୁଖରେ ତାଲିମ୍‌ ଦେଇଥିଲେ। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ, ବରିଷ୍ଠ ନାଗରିକ ଓ ଶାରିରୀକ ବିକଳାଙ୍ଗମାନଙ୍କୁ ସେବା ଯୋଗାଇ ଦେବାରେ ଏହି ‌ସ୍ବେଚ୍ଛାସେବୀମାନେ ପୁଲିସକୁ ସହଯୋଗ କରିବେ ବୋଲି ଏସ୍‌ପି ଡା. ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe