ବ୍ରହ୍ମପୁରା ଛକରୁ ଟ୍ରଲର ହାଇଜାକ୍‌: ଜିପିଏସ୍‌ ଖୋଲିଦେଲେ, ଜଙ୍ଗଲରେ ଡ୍ରାଇଭରକୁ ବାନ୍ଧିଦେଲେ 

୨ ବର୍ଷ ବୟସର ଶିଶୁକୁ ଚାପିଦେ‌ଲା ଟ୍ରକ୍‌; ଚାଳକ ଫେରାର ପରେ ଉତ୍ତେଜନା

File photo

ଖୋର୍ଦ୍ଧା: ରାସ୍ତାରୁ ଟ୍ରଲର ହାଇଜାକ୍‌। ଗାଡି ଡ୍ରାଇଭରକୁ ବାନ୍ଧି ଜଙ୍ଗଲକୁ ନେଇଗଲେ ଗାଡି। ବୋଲଗଡ଼ ଥାନାରେ ବୌଦ୍ଧ ଜିଲ୍ଲାର ମାଲିକ ସୁରେନ୍ଦ୍ର କୁମାର ଶତପଥୀ ଏ ପ୍ରକାର ଅଭିଯୋଗ ଆଣିଛନ୍ତି। ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତୃତୀୟାପଡ଼ା ବଣିଆସାହିର କୃଷ୍ଣଚନ୍ଦ୍ର ଦେଓ ଓ ଅବିନାଶ ପରିଡ଼ାଙ୍କୁ ଗିରଫ କରିଛି। ଏତଲା ମୁତାବକ, ଭୁବନେଶ୍ବରରୁ ଏକ ପୋକ୍‌ଲିନ୍‌ ମେସିନ୍‌ ନେବା ପାଇଁ ସୁରେନ୍ଦ୍ର ନିଜର ଟ୍ରଲର ପଠାଇଥିଲେ।
ଟ୍ରଲରରେ ମେସିନ୍‌ ଲୋଡ଼୍‌ ହୋଇ ବୌଦ୍ଧ ଅଭିମୁଖେ ଆସୁଥିବା ବେଳେ ବ୍ରହ୍ମପୁରା ଛକ ନିକଟରେ ୬/୭ଜଣ ଯୁବକ ଗାଡି ଡ୍ରାଇଭରଙ୍କୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ଜଙ୍ଗଲ ଭିତରକୁ ଗାଡି ନେଇ ପଳାଇଥିଲେ। ସେଥିରୁ ଜିପିଏସ୍‌ କାଢ଼ି ଦେଇଥିଲେ। ଡ୍ରାଇଭରକୁ ଦୁଇ ଘଣ୍ଟା କାଳ ବାନ୍ଧି ରଖିବା ପରେ ଛାଡ଼ି ଦେଇଥିଲେ। ଦୁର୍ବୃତ୍ତଙ୍କ ହାବୁଡ଼ରୁ ମୁକୁଳିବା ପରେ ମାଲିକଙ୍କୁ ସବୁ ସତ କଥା କହିଥିଲା। ଏନେଇ ମାଲିକ ଥାନାରେ ଜଣାଇଥିଲେ। ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe