ବର୍ଷକର ଶିଶୁକୁ ଧରି ଫେରୁଥିବା କିନ୍ନର ଗିରଫ

Advertisment
ବର୍ଷକର ଶିଶୁକୁ ଧରି ଫେରୁଥିବା କିନ୍ନର ଗିରଫ

image source-new indian express

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ମୁଣ୍ଡାପଡ଼ାରେ ରହୁଥିବା କିନ୍ନର ଗତ ୧୧ ତାରିଖ ଦିନ ଏକ ବର୍ଷକର ଶିଶୁକୁ ଧରି ବ୍ରଜରାଜନଗର ଫେରୁଥିବା ସମୟରେ ବିଳାସପୁର ଷ୍ଟେସନ୍‌ରେ ଆରପିଏଫ ହାବୁଡ଼ରେ ପଡ଼ିଥିଲା। ଆରପିଏଫ୍‌ କର୍ମଚାରୀ ତାକୁ ସନ୍ଦେହରେ ଅଟକ ରଖି ପଚାରଉଚାରା କରିଥିଲେ। ପିଲାଟି ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳର ମୁଣ୍ଡାପଡ଼ାର ବୋଲି ପ୍ରକାଶ କରିଥିଲା। ସେ ମୁଣ୍ଡାପଡ଼ାରେ ଯାହା ଘରେ ରୁହେ ତାଙ୍କ ପିଲା ବୋଲି କହିଥିଲା। ୧ ତାରିଖ ସନ୍ଧ୍ୟାରେ ଘର ମାଲିକ ଛୁଆଟିକୁ ତାକୁ ଧରିବା ପାଇଁ ଦେଇଥିଲେ। ସେ ସେଠାରୁ କାହାକୁ ନକହି ପିଲାଟିକୁ ଧରି ଚାଲି ଆସିଥିଲା। ଶିଶୁଟିକୁ ଆର୍‌ପିଏଫ୍‌ କୋର୍ବାର ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରାଯାଇଛି।

ବିଳାସପୁର ଆର୍‌ପିଏଫ୍‌ ଘଟଣା ସମ୍ପର୍କରେ ବ୍ରଜରାଜନଗର ଆର୍‌ପିଏଫକୁ ଜଣାଇଥିଲେ। ଖବରପାଇ ଓରିଏଣ୍ଟ ପୁଲିସ  କିନ୍ନରକୁ ବିଳାସପୁରରୁ ବ୍ରଜରାଜନଗର ଆଣିଥିଲା। ଘଟଣା ସମ୍ପର୍କରେ ଶିଶୁଟିର ମା’ର ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ କିନ୍ନରକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଓରିଏଣ୍ଟ ଆଇଆଇସି ବୈକୁଣ୍ଠ ସେଠ ପ୍ରକାଶ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ୧ ତାରିଖରୁ ଶିଶୁଟିକୁ ତା’ ବାପା ଓ ମା’ଙ୍କ ଅଜାଣତରେ କିନ୍ନର ଜଣକ ଧରି ଫେରାର ହୋଇଥିଲା ତେବେ ସେମାନେ କାହିଁକି  ଥାନାରେ ଅଭିଯୋଗ କରି ନଥିଲେ। ଶେଷ ସମୟରେ ଶିଶୁର ମା’ର ଅଭିଯୋଗକୁ ଆଧାର କରି କିନ୍ନର ଜେଲ ଯିବା ଘଟଣାର ପ୍ରକୃତ କାରଣ ଉପରେ ଅନୁସନ୍ଧାନ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି। ଏନେଇ ବ୍ରଜରାଜନଗର ଏସ୍‌ଡ଼ିପିଓ ଦିଲ୍ଲୀପ ଦାସଙ୍କୁ ପଚାରିବାରୁ କିନ୍ନର ଜଣକ କେଉଁ ପରିସ୍ଥିତିରେ ଶିଶୁକୁ ନେଲା ତାହା ଉପରେ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe