ରକ୍ତକର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ପ୍ରତିବନ୍ଧକ

ରକ୍ତକର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ପ୍ରତିବନ୍ଧକ

Sambad

ମାଥିଲି: ମାଥିଲି ସଦର ଉପର ସାହିରେ ନିଜର ଦୁଇ ଝିଅ ଓ ଗୋଟେ ପୁଅ ସହିତ ରୁହନ୍ତି ପିତୁ ଗଉଡ। ଘରେ କୁଲି କାମ କରି ଚଳନ୍ତି ପରିବାର। ବଡ ଝିଅକୁ ତେର ବର୍ଷ ଓ ଅନ୍ୟ ଦୁଇ ସନ୍ତାନ ମଧ୍ୟ ଦଶ ବର୍ଷ ବା ତାଠୁ କମ। ରୋଜଗାରର ସ୍ରୋତ କହିଲେ କେବଳ ପିଟୁଙ୍କ ଉପରେ ଭରସା। ଆଉ ଦୀର୍ଘଦିନ ଧରି ସିଏ ସିକେଲସେଲ ରୋଗରେ ପଡି ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ତେବେ ଲମ୍ବା ସମୟ ଧରି ଚିକିତ୍ସା ପରେ ବର୍ତ୍ତମାନ ତାଙ୍କୁ ରକ୍ତକର୍କଟ ରୋଗ ହୋଇଥିବା ଜଣା ପଡିଛି। ମାଥିଲିରେ କର୍କଟ ରୋଗ ପାଇଁ ଚିକିତ୍ସା ସୁବିଧା ନଥିବାରୁ ଡାକ୍ତର ତାଙ୍କୁ କଟକ ଏସସିବି ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ଲେଖିଲେ। ତେବେ ଏତେ ଦୁର ଯାଇ ଚିକିତ୍ସା ହେବାକୁ ସମ୍ବଳ ନଥିବାରୁ ପୁରା ପରିବାର ଏବେ ଘୋର ସନ୍ତାପ ଭିତରେ ଦିନ କାଟୁଛନ୍ତି। ପରିବାରର ଅବସ୍ଥା ଦେଖିବା ପରେ ସମାଜସେବୀ ସ୍ମୃତିରଞ୍ଜନ ତାଙ୍କୁ ତାର ରୋଜଗାର ପ୍ରମାଣପତ୍ର ଓ ଅନ୍ୟ କାଗଜପତ୍ର ତିଆରି କରିବା ଆରମ୍ଭ କରିଛନ୍ତି।

ଡାକ୍ତର ଅମୟ କୁମାର ସ୍ବାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇବା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ କର୍କଟ ରୋଗର ଚିକିତ୍ସା ପାଇଁ ବହୁତ ଅଧିକ ଧନ ଆବଶ୍ୟକ ଥିବାବେଳେ ଏ ପରିବାରଟି ଏତେ ଟଙ୍କା ସଂଗ୍ରହ କରିବା ସମ୍ଭବପର ନୁହେଁ। ତେଣୁ ସମାଜସେବୀ ସ୍ମୃତିରଞ୍ଜନ ଏ ରୋଗୀଙ୍କୁ ସରକାରୀ ସୁବିଧା ଯୋଗେଇ ନଦେଲେ ପୁରା ପରିବାରର ପାଞ୍ଚଟି ଜୀବନ ଉପରେ ରୋଗୀଙ୍କ ଅବସ୍ଥା ବହୁତ ପ୍ରଭାବ ପକେଇବା ସହ ରୋଗୀଙ୍କ ଜୀବନ ଚାଲିଯିବାର ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି କହିଛନ୍ତି। ତେବେ ଗଣମାଧ୍ୟମ ଓ ସମାଜସେବୀଙ୍କ ତତ୍ପରତା ପ୍ରକାଶ ପାଇବା ପରେ ଦେଖିବାକୁ ରହିଲ ସରକାର କେବେ ସୁଦ୍ଧା ଏ ପରିବାରକୁ ସହାୟକ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe