ମୋବାଇଲ୍ ଲାଇଟ୍‌ରେ ଚାଲିଛି ଚିକିତ୍ସା

Advertisment
ମୋବାଇଲ୍ ଲାଇଟ୍‌ରେ ଚାଲିଛି ଚିକିତ୍ସା

ବରଗଡ଼: ପାଞ୍ଚ ଦିନ ତଳେ ବରଗଡ଼ ସହରସ୍ଥିତ ସିଏଚ୍‌ସିକୁ ୫-ଟି ଚିକିତ୍ସାଳୟ ଯୋଜନା ପରିସରଭୁକ୍ତ କରାଯାଇଛି। କିନ୍ତୁ ଏହି ଅତ୍ୟାବଶ୍ୟକୀୟ ଚିକିତ୍ସାଳୟର ଏକ ଭିନ୍ନ ରୂପ ସାମନାକୁ ଆସିଛି। ଏଠାରେ ମୋବାଇଲ୍ ଲାଇଟ୍‌ରେ ରୋଗୀଙ୍କ ଚିକିତ୍ସା ଚାଲୁଛି। ଅନ୍ୟପଟେ ଘଣ୍ଟାଘଣ୍ଟା ବିଜୁଳି କଟୁଥିବାରୁ ଗରମ ଗୁଳୁଗୁଳିରେ ରୋଗୀ, ପରିଜନ ଛଟପଟ ହେଉଛନ୍ତି। ବରଗଡ଼ ସହରର ପ୍ରାୟ ଦୁଇ ଲକ୍ଷ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି। କିନ୍ତୁ ବାରମ୍ବାର ପାୱାର କଟ୍‌ ଯୋଗୁଁ ଏବେ ରୋଗୀ ହଇରାଣ ହେଉଛନ୍ତି।

କିଟି କିଟି ଅନ୍ଧାରରେ କୁନି କୁନି ଶିଶୁଙ୍କୁ ଇଞ୍ଜେକ୍‌ସନ୍‌, ସାଲାଇନ, ରକ୍ତ ଦିଆଯାଉଛି। ପାୱାର କଟ୍‌ ଯୋଗୁଁ ନର୍ସମାନେ ବାଧ୍ୟ୍ୟ ହୋଇ ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଅନ୍ୟପଟେ ହସ୍ପିଟାଲ୍‌ର ଇଲେକ୍ଟ୍ରିସିଅାନ୍‌ ବାରମ୍ବାର ପାୱାର କଟ୍‌ ହେଉଥିବା ଅଧିକାରୀଙ୍କୁ ଜଣାଇବା ସହିତ ଜେନେରେଟରରେ ତେଲ ପକେଇବାକୁ କହିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି। ହସ୍ପିଟାଲକୁ ୨୪ ଘଣ୍ଟିଆ ବିଜୁଳି ସେବା ପାଇଁ ସ୍ବତନ୍ତ୍ର ଟ୍ରାନ୍ସଫର୍ମର ଥିଲେ ମଧ୍ୟ ତାକୁ ଅଚଳ କରି ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe