ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଅଘଟଣ: ଚଳନ୍ତା ଗାଡି ଉପରେ ପଡିଲା ବିଶାଳ ଗଛ, ବର୍ତ୍ତିଲେ ଚାଳକ-ହେଲପର

ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଅଘଟଣ: ଚଳନ୍ତା ଗାଡି ଉପରେ ପଡିଲା ବିଶାଳ ଗଛ, ବର୍ତ୍ତିଲେ ଚାଳକ-ହେଲପର

ହରଭଙ୍ଗା/ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡେନିଗଡ଼ ଦେଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ବୁଧବାର ଅପରାହ୍ନ ଗୋଟାଏ ବେଳେ ଯାଉଥିବା ଏକ ମହେନ୍ଦ୍ରା ପିକ୍‌-ଅପ୍‌ ଭ୍ୟାନ ଉପରେ ହଠାତ ରାସ୍ତା କଡରେ ଥିବା ଏକ ବିଶାଳ ଆମ୍ବ ଗଛ ମାଡି ବସିଥିଲା। ତେବେ ସୌଭାଗ୍ୟକୁ ଗଛଟି ଚଳନ୍ତା ଗାଡିର ବୋନେଟ ଉପରେ ପଡିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଅଳ୍ପକେ ଚାଳକ ଓ ହେଲ୍‌ପର ଓ ସେଥିରେ ବସିଥିବା ଅନ୍ୟଜଣେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

publive-image

ପ୍ରାପ୍ତ ସୂଚନା ମତେ ଭାରତ ସରକାରଙ୍କ ନଂ ଥିବା ଏକ ଗାଡିଟି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବଲାଙ୍ଗୀରରୁ ଆଡେନିଗଡ଼ ଦେଇ ଭୁବନେଶ୍ୱର ଯାଉଥିଲା। ମାତ୍ର ଆଡେନିଗଡ଼ ହସ୍ପିଟାଲ ଓ ବଜାର ମଝି ରାସ୍ତା ପାର୍ଶ୍ୱରେ ଥିବା ଏକ ବିଶାଳ ଆମ୍ବ ଗଛ ଲଗାଣ ବର୍ଷା ପ୍ରଭାବରେ ହଠାତ ଗାଡିର ବୋନେଟ ଉପରେ ମାଡି ବସିଥିଲା। ଫଳରେ ଜାତୀୟ ରାଜପଥ ଅବରୋଧ ହୋଇ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ଆଡେନିଗଡ଼ ଫାଣ୍ଡି ପୁଲିସ ଓ ସ୍ଥାନୀୟ ଲୋକେ ଗଛ କାଟି ରାସ୍ତା ସଫାକରିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

publive-image

ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଜହ୍ନାପଙ୍କ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ପରିମାଣରେ ଘର ଦ୍ୱାର ଭାଙ୍ଗିବା ସହ ଅନେକ ସ୍ଥାନରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳେ ପ୍ରବଳ ବର୍ଷା ହେବାରୁ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ତେଲିବନ୍ଧ ନାଳ ଠାରେ ରାସ୍ତାରେ ୩ ଫୁଟର ବନ୍ୟା ଜଳ ୪ ଘଣ୍ଟା ସମୟ ବହୁ ଥିବାରୁ ଉଭୟ ପଟରୁ ଆସୁଥିବା ଯାନବାହାନ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe