ପୁଣି ତେଜିଲା ଆଦିବାସୀ ସଂରକ୍ଷଣ ଦାବି, ନୂଆପଡ଼ାରେ ଆଦିବାସୀ ସମ୍ମିଳନୀ

Advertisment

ଆଦିବାସୀ ବିଜେଡିରୁ ପ୍ରାର୍ଥୀ ହେଲେ ସମାଜ ସହଯୋଗ କରିବନି

ଆଦିବାସୀ ବିଜେଡିରୁ ପ୍ରାର୍ଥୀ ହେଲେ ସମାଜ ସହଯୋଗ କରିବନି

ପୁଣି ତେଜିଲା ଆଦିବାସୀ ସଂରକ୍ଷଣ ଦାବି, ନୂଆପଡ଼ାରେ ଆଦିବାସୀ ସମ୍ମିଳନୀ

ନୂଆପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବି ପାଇଁ ନୂଆପଡ଼ା ଜିଲ୍ଲାରେ ଦାବି ଜୋର୍‌ ଧରୁଛି। କିଛି ଦିନ ତଳେ ନୂଆପଡ଼ା ଜିଲ୍ଲାର ହଜାର ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳ ଅଫିସ୍ ଘେରାଉ କରିଥିଲେ। ଆଦିବାସୀଙ୍କ ଜନସଂଖ୍ୟା ଅନୁସାରେ ତାଙ୍କୁ ସଂରକ୍ଷଣ ଦେଉନଥିବା ଅଭିଯୋଗ ହୋଇଥିଲା। ଆଗାମୀ ୧୭ ତାରିଖରେ ନାମାଙ୍କନ ପତ୍ର ଦାଖଲ ସମୟ ଆରମ୍ଭ ହେବା ପୂର୍ବରୁ ଶନିବାର ଆଦିବାସୀଙ୍କ ସମ୍ମିଳନୀ ହୋଇଛି। ନୂଆପଡ଼ା ସଦର ବ୍ଲକ୍‌ ଗୋଡ଼ଫୁଲା ପଞ୍ଚାୟତ ପରସଖୋଲସ୍ଥିତ ଗୋପୀନାଥ ନର୍ସିଂ କଲେଜ୍‌ ପରିସରରେ ନୂଆପଡ଼ା ଅଖିଳ ଭାରତୀୟ ଗୋଣ୍ଡୱାନା ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଖାମସିଂ ମାଝୀଙ୍କ ନେତୃତ୍ବରେ ଏହି ସମ୍ମିଳନୀ ହୋଇଛି। ଏଥିରେ ମହାସଂଘର ମହାସଚିବ ନିରଞ୍ଜନ ବିଶି, ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଉସମନ ମୁଣ୍ଡା, ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ ସଂଘ ସଭାପତି ଯୋଗେନ୍ଦ୍ର ଭୋଇ, କଳାହାଣ୍ଡି ସଭାପତି ଚୂଡ଼ାମଣି ମାଝୀ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଝାରସୁଗୁଡ଼ା ଜିଲ୍ଲା ସଭାପତି ମହେନ୍ଦ୍ର ନାୟକ, ବରଗଡ଼ ଉପ ସଭାପତି ରାଜେନ୍ଦ୍ର ରାଉତ, ଗୋପିନାଥ ମାଝୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପୂର୍ବରୁ ବିଜେଡି ସରକାରକୁ ବରଖାସ୍ତ କରିବା ସହ କେହି ବି ନାମାଙ୍କନପତ୍ର ଦାଖଲ କରିବେ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଯେଉଁ ଆଦିବାସୀ ଭାଇ ବିଜେଡିରୁ ପ୍ରାର୍ଥୀ ହେବେ, ତାଙ୍କୁ ଆଦିବାସୀ ସମାଜ ତରଫରୁ ସହଯୋଗ କରାଯିବ ନାହିଁ ବୋଲି କୁହାଯାଇଛି। ବିଜେଡି ଦଳକୁ ଅସହଯୋଗ କରି ଭୋଟ୍‌ ନଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ସଂଘ ସୂଚନା ଦେଇଛି। ଏହି ଆନ୍ଦୋଳନ ଜାରି ରଖିବାକୁ ପ୍ରସ୍ତାବ ରଖାଯାଇଛି। ସମିତି ସଭ୍ୟରେ ମଧ୍ୟ ନାମାଙ୍କନପତ୍ର ଦାଖଲ କରିବା ନାହିଁ ବୋଲି ପ୍ରସ୍ତାବ ଗୃହିତ ହୋଇଛି। ପ୍ରତି ଜିଲ୍ଲାର ଜିଲ୍ଲାପାଳ, ବ୍ଲକ୍‌ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ପଶ୍ଚିମ ଓଡ଼ିଶାର ୧୨ଟି ଜିଲ୍ଲାର ଆଦିବାସୀ ନେତାମାନେ ଉପସ୍ଥିତ ଥିଲେ। ବୈଠକରେ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଭାନୁପ୍ରତାପ ସିଂହ ମାଝୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭକ୍ତବନ୍ଧୁ ଧରୁଆ, ହୋମ ସିଂହ ମାଝୀ, ପୁରୁଷୋତ୍ତମ ଧରୁଆ, ବିହାରୀଲାଲ ବିଶ୍ବାଳ, ସନ୍ତୋଷ ପୁଟା, ଜୟରାମ ଶବର, ସାରଥି ବାଗ, ବିଦୁର ଶବର, ଲାଲସିଂହ ମାଝୀ, ସୁବୁଦ୍ଧି ଶବର, ରମ୍ଭାକାନ୍ତୀ ମାଝୀ, ଦୁର୍ବଳ ମାଝୀ, ଗଣେଶ ମାଝୀ, ଡମ୍ବରୁଧର ମାଝୀ, ଗୋବନ୍ଧନ ମାଝୀ, ରମେଶ ମାଝୀ, ପର୍ଶୁ ମାଝୀ, କପୁରଚନ ମାଝୀ ଉପସ୍ଥିତ ଥିଲେ। ସଂଘର ସାଧାରଣ ସମ୍ପାଦକ ବାଳକଷ୍ଣ ଶବର ସଭା ପରିଚଳାନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe