ମୁଖ୍ୟ ଟ୍ରାଫିକ ଛକରେ ୧୧୦ ଫୁଟ୍‌ ଉପରେ ଲାଗିଲା ନୂଆ ତ୍ରିରଙ୍ଗା

ମୁଖ୍ୟ ଟ୍ରାଫିକ ଛକରେ ୧୧୦ ଫୁଟ୍‌ ଉପରେ ଲାଗିଲା ନୂଆ ତ୍ରିରଙ୍ଗା

Sambad

ଜୟପୁର: ଜୟପୁର ମୁଖ୍ୟଛକରେ ଥିବା ୧୧୦ଫୁଟର ରୋଟରୀ ଫ୍ଲାଗ୍ ପୋଷ୍ଟରେ ଲାଗିଥିବା ଜାତୀୟ ପତାକାକୁ ବଦଳାଯାଇଛି। ରାସ୍ତା ମଝିରେ ରହିଥିବାରୁ ଏବଂ ଏହା ପାର୍ଶ୍ବ ଦେଇ ଜାତୀୟ ରାଜପଥ ୨୬ଯାଇଥିବାରୁ ଶହଶହ ଯାନବାହନର ଧୁଆଁ, ଧୂଳି ବାଜି ପତାକାଟି ଧୂସର ପାଲଟିଯାଇଥିବାରୁ ତାକୁ ବଦଳାଯାଇ ନୂଆ ପତ୍ତକା ଲଗାଯାଇଥିଲା। ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସହିଦ ସ୍ତମ୍ଭ ନିକଟରେ ଥିବା ସ୍ତମ୍ଭରେ ଲାଗିଥିବା ପତାକା ଉଡିଯିବା ପରେ ବଦଳାଯାଇଥିଲା। ତେବେ ସେଭଳି କିଛି ଘଟିବା ପୂର୍ବରୁ ଏଠାରେ ନୂଆ ପତାକା ବଦଳାଯାଇଥିବାରୁ ସାଧାରଣରେ ଏହାକୁ ସ୍ବାଗତ କରାଯାଇଛି। ଜାତୀୟ ପତାକା ବଦଳାଯାଇ ନୂଆ ଲଗାଯିବା ସମୟରେ ରାଷ୍ଟ୍ରଗାନ କରିବା ସହ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

publive-image Sambad

ସ୍ଥାନୀୟ ବିକ୍ର‌ମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟ‌ାଡେଟ୍  ମାନେ ସଲାମି ଦେଇଥିଲେ। ଏନସିସି ଆଲୁମିନି ପକ୍ଷରୁ ପରିଚାଳନା କରାଯାଇଥିଲା। ଜୟପୁର ଟାଉନଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ, ଜୟପୁର ପୌରନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଏନସିସିର ସୁବେଦାର ସୁଖବୀର ସିଂହ, ଏନସିସି ଅଧିକାରୀ ଲକ୍ଷ୍ମଣ ପାତ୍ର, ଏନସିସି ଆଲୁମିନିର ଦୀପକ ଷଡଙ୍ଗୀ, ରବି ନାରାୟଣ ହୋତା, ଦୁର୍ଗା ଚରଣ ସାହୁ, କୃଷ୍ଣ କେଶବ ଷଡଙ୍ଗୀ, ନିଶାନ ପଟ୍ଟନାୟକ, ଶାନ୍ତନୁ ସାହୁ, ସତ୍ୟବ୍ରତ ନନ୍ଦଙ୍କ ସମେତ ଟ୍ରାଫିକ କର୍ମଚାରୀ, ପୁଲିସ ଅଧିକାରୀ  ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ। ଗତ ଜାନୁଆରୀ ୮ତାରିଖ ଦିନ ସହରର ମୁଖ୍ୟ ଟ୍ରାଫିକ ଛକରେ ୧୧୦ଫୁଟରେ ଏହି ଜାତୀୟପତାକା ଭବ୍ୟ ଉତ୍ସବ କରାଯାଇ ଲଗାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe