ରାଇରଙ୍ଗପୁର ଏବିଭିପି ପକ୍ଷରୁ ୩୦୦ ଫୁଟର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Advertisment
ରାଇରଙ୍ଗପୁର ଏବିଭିପି ପକ୍ଷରୁ ୩୦୦ ଫୁଟର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କଲେଜ ଓ ହଷ୍ଟେଲ ଛାତ୍ରଛାତ୍ରୀମାନେ ୩୦୦ ଫୁଟର ବିଶାଳ ତ୍ରିରଙ୍ଗା ଧରି ରାଇରଙ୍ଗପୁର ସହର ମଧ୍ୟରେ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଥିଲେ। ରାଇରଙ୍ଗପୁର ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀମାନେ ଭାରତର ଜାତୀୟ ପତାକା ହାତରେ ଧରିବା ସହିତ ୩୦୦ ଫୁଟ ଲମ୍ବର ତ୍ରିରଙ୍ଗା ଧରି ପଦଯାତ୍ରାରେ ବାହାରିବା ସ‌ହିତ ଭାରତ ମାତା କି ଜୟ, ବନ୍ଦେ ମାତରଂ, ହିନ୍ଦୁସ୍ଥାନ ଜିନ୍ଦାବାଦ ପ୍ରଭୃତି ସ୍ଲୋଗାନ ଦେଇ ଚାଲି ଚାଲି ରାଇରଙ୍ଗପୁର ସହରର ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ଥିଲେ।

ତେବେ ଦେଶକୁ ସ୍ବାଧୀନ କରିବା ପାଇଁ ଦେଶର ବୀର ପୁରୁଷ ତଥା ସ୍ବାଧୀନତା ସଂଗ୍ରାମୀମାନଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ପାଇଁ ଏବିଭିପି ପକ୍ଷରୁ ଆଜି ଏହି ତ୍ରିରଙ୍ଗା ପଦଯାତ୍ରାର ଆୟୋଜନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe