ଟାୟାର ଫାଟି ପୋଲ ତଳକୁ ଖସିଲା ଟ୍ରକ

ଟାୟାର ଫାଟି ପୋଲ ତଳକୁ ଖସିଲା ଟ୍ରକ

ଭବାନୀପାଟଣା: ଭବାନୀପାଟଣା-ଥୁଆମୂଳ ରାମପୁର ରାସ୍ତାର ଫୁର୍ଲିଝରନ ନିକଟରେ ସୋମବାର ଟାୟାର ଫାଟି ଏକ ଟ୍ରକ୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଟ୍ରକ ଖସିପଡ଼ିଛି। ଗାଡ଼ିରେ ଥିବା ଚାଳକ ଓ ହେଲପରଙ୍କୁ ଉଦ୍ଧାର କରାଯାଇଛି।

ତେବେ ଚାଳକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ହେଲ୍‌ପର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଭବାନୀପାଟଣା ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଚାଳକ ଓ ହେଲ୍‌ପରଙ୍କ ପରିଚୟ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe