ଭାରସାମ୍ୟ ହରାଇ ଘର ଭାଙ୍ଗିଲା ଟ୍ରକ୍‌: କାର୍‌କୁ ଘୋଷାଡ଼ି ନେଇ ଘରେ ପିଟିଲା

ଭାରସାମ୍ୟ ହରାଇ ଘର ଭାଙ୍ଗିଲା ଟ୍ରକ୍‌: କାର୍‌କୁ ଘୋଷାଡ଼ି ନେଇ ଘରେ ପିଟିଲା

ବାଉଁଶୁଣି: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ବାଉଁଶୁଣି ବଜାର ସ୍କୁଲ ଛକରେ ଥିବା ଘୁଣ୍ଡୁରାମ ସାହୁଙ୍କ ଘରକୁ ମଙ୍ଗଳବାର ରାତିରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଦୁଇ ବଖରା ଭାଙ୍ଗିବା ଯାଇଥିଲା। ଏହା ସହ ଘର ଆଗରେ ଥିବା କାର୍‌ ମଧ୍ୟ ଚୂରମାର ହୋଇଯାଇଥିଲା।
ସୂଚନାମତେ, ମହାରାଷ୍ଟ୍ରରୁ କମଳା ବୋଝେଇ କରି ଏକ ଟ୍ରକ୍‌ (ଓଡି ୦୨ ସିବି ୫୫୩୬) ଭୁବନେଶ୍ୱର ଯାଉଥିଲା। ବାଉଁଶୁଣି ସ୍କୁଲ ଛକରେ ଡ୍ରାଇଭରର ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ଟ୍ରକ୍‌ଟି ରାଜପଥ କଡ଼ରେ ଥିବା ଘୁଣ୍ଡୁରାମଙ୍କ ଆଜବେଷ୍ଟସ ଘରକୁ ଧକ୍କା ଦେବା ପରେ ଘର ଆଗରେ ଥିବା ତାଙ୍କ କାର୍‌କୁ ମଧ୍ୟ ଘୋଷାଡ଼ି ନେଇଥିଲା। ଧକ୍କା ଖାଇବା ଫଳରେ କାର୍‌ ଯାଇ ଅନ୍ୟ ଏକ ଘରେ ପିଟି ହୋଇଥିଲା। ପରିବାର ଲୋକେ ଅନ୍ୟ ଘରେ ଶୋଇଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଦୁର୍ଘଟଣାରେ ପ୍ରାୟ ୩ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଘର ମାଲିକ ଘୁଣ୍ଡୁରାମ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe