ଭବାନୀପାଟଣା: ବାଇକ ଚାଳକଙ୍କ ଉପରେ ମାଡିଗଲା ଟ୍ରକ୍‌, ଘଟଣାସ୍ଥଳରେ ହେଲା ମୃତ୍ୟୁ

Advertisment
ଭବାନୀପାଟଣା: ବାଇକ ଚାଳକଙ୍କ ଉପରେ ମାଡିଗଲା ଟ୍ରକ୍‌, ଘଟଣାସ୍ଥଳରେ ହେଲା ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦରଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୬ ତୁର୍କେଲ ବ୍ରିଜ ଉପରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଏଥିରେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଗାଁ ମଦନ ବେହେରା ବୋଲି ଜଣାପଡ଼ିଥିବା ବେଳେ ଗୁରୁତର ବ୍ୟକ୍ତି ଭାଲୁମୁଣ୍ଡା ଗାଁର ଅନିରୁଦ୍ଧ ମେହେର ବୋଲି ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ରାଜ୍ୟ ରାଜପଥ ୧୬ ତୁର୍କେଲ ବ୍ରିଜ ଉପରେ ମଦନ ବେହେରା ବାଇକ୍‌ ନେଇ ଯାଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ମଦନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଅନିରୁଦ୍ଧ ମେହେରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଡାହାଣ ଗୋଡ ଛିଣ୍ଡି ଯାଇଛି। ଦୁର୍ଘଟଣା ଘଟିଥିବା ଟ୍ରକ୍‌ ଓ ଡ୍ରାଇଭରକୁ କର୍ଲାପଡ଼ା ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe