ବଡ଼ଗାଁ ବ୍ଲକ ଛକରେ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ: ୧ ମୃତ ୧ ଗୁରୁତର

ବଡ଼ଗାଁ ବ୍ଲକ ଛକରେ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ: ୧ ମୃତ ୧ ଗୁରୁତର

ବଡ଼ଗାଁ(ସୁନ୍ଦରଗଡ଼): ରବିବାର ମଧ୍ୟାହ୍ନ ୧୨ ଟାରେ ବଡ଼ଗାଁ ବ୍ଲକ ଛକରେ ଗୋଟିଏ ଅଜଣା ଟ୍ରକ (ଓଆର ୨୩ସି-୭୫୫୦) ଓ ଆମ୍ବୁଲାନ୍ସକୁ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଆମ୍ବୁଲାନ୍ସ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

ମୃତକଙ୍କ ନାମ ରୋହିତ ନାଏକ (୨୮)। ତାଙ୍କ ସାଙ୍ଗରେ ଥିବା ରାଜା ଗରଡିଆ (୩୫) ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ଥିଲେ। ଆହତ ଯୁବକଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛିl

ସୂଚନାଯୋଗ୍ୟ, ଆମ୍ବୁଲାନ୍ସଟି ରୋଗୀଙ୍କୁ ଛାଡି ଫେରୁଥିବା ବେଳେ ବଡଗାଁରେ ଭୁଲ୍ ରାସ୍ତାରେ ପଶି ଯାଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe