ଟ୍ରକ୍ ଓ ଅଟୋ ଧକ୍କା; ଜଣେ ମୃତ

Advertisment
ଟ୍ରକ୍ ଓ ଅଟୋ ଧକ୍କା; ଜଣେ ମୃତ

ଦେବଗଡ଼/କଲା: ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମ ନିକଟରେ ଟ୍ରକ୍ ଓ ଅଟୋ ମଧ୍ୟରେ ଧକ୍କା ହେବା ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରକୋଟ ବ୍ଲକ ଅନ୍ତର୍ଗତ ଖଣ୍ଡମ ଗ୍ରାମର ଟୁନା ସାହୁ(୨୮)।

ସୂଚନାଯୋଗ୍ୟ, ଟୁନା ଗୁରୁବାର ବାରକୋଟ ମେଡିକାଲରୁ କାମ ସାରି କିଛି ଲୋକଙ୍କୁ ନେଇ ନିଜ ଗ୍ରାମ ଅଭିମୁଖେ ଯାଉଥିଲେ। ୪୯ନଂ ଜାତୀୟ ରାଜପଥର କଲା ଗ୍ରାମର ବସଷ୍ଟାଣ୍ଡ ନିକ‌ଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ(ଓଡି-୦୯-ଆର-୩୬୧୬) ସହିତ ଧକ୍କା ହୋଇଥିଲା। ଫଳରେ ଟୁନା ଅଟୋରୁ ଛିଟିକି ପଡିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହା ସହିତ ଅଟୋରେ ବସିଥିବା ଅନ୍ୟ ଲୋକଙ୍କ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। ଖବରପାଇ ବାରକୋଟ ଥାନା ଅଧିକାରୀ ରା‌ଜେନ୍ଦ୍ର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକକୁ ପୁଲିସ ଅଟକ ରଖିବା ସହିତ ଟ୍ରକକୁ ଜବତ କରିଛି। ଦୁର୍ଘଟଣା ଘଟିବା ପରେ ଉକ୍ତ ଅଞ୍ଚଳର ଲୋକମାନେ କିଛି ସମୟ ଧରି ରାଜପଥକୁ ଅବ‌ରୋଧ କରିଥିଲେ। ପରେ ପୁଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe