ବିଜୁ ଏକ୍ସପ୍ରେସ ୱେରେ ଟ୍ରକ୍-ବାଇକ୍ ଧକ୍କା ୨ ଗୁରୁତର

ବିଜୁ ଏକ୍ସପ୍ରେସ ୱେ କନ୍ଦାବାହାଲ ନିକଟରେ ଟ୍ରକ୍- ବାଇକ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରିଛନ୍ତି...

8ammnxzapa

ସୁନ୍ଦରଗଡ଼: ବିଜୁ ଏକ୍ସପ୍ରେସ ୱେ କନ୍ଦାବାହାଲ ନିକଟରେ ଟ୍ରକ୍- ବାଇକ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରିଛନ୍ତି। ଆହତ ଦ୍ବୟ କନ୍ଦାବାହାଲର ବୋଲି କୁହାଯାଉଛି।

ଗୁରୁବାର ପୂର୍ବାହ୍ନ ୧୧ଟାରେ ସୁନ୍ଦରଗଡ଼ ପଟୁ  ଦୁଇ ବାଇକ୍ ଆରୋହୀ ଝାରସୁଗୁଡ଼ା ଯାଉଥିଲେ। ରାସ୍ତାରେ ଏକ ଟ୍ରକ୍‌କୁ ଓଭରଟେକ୍ କଲାବେଳେ ବାଇକ୍ ଟ୍ରକ୍ ଦେହରେ ପିଟି ହେବାରୁ ଦୁହେଁ ରାସ୍ତାରେ ଛିଟକି ପଡ଼ିଥିଲେ।

ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ଦ୍ବୟଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଟ୍ରକ୍ ଏବଂ ବାଇକ୍ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe