ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ଜଳିଗଲା ବିସ୍କୁଟ ବୋଝେଇ ଟ୍ରକ୍‌

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ଜଳିଗଲା ବିସ୍କୁଟ ବୋଝେଇ ଟ୍ରକ୍‌

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ମୋଟେଲ ଛକ ନିକଟରେ ଆଜି ଅପରାହ୍ନରେ ଏକ ବିସ୍କୁଟ ବୋଝେଇ ଟ୍ରକ ଜଳି ଯାଇଛି। ଏହି ଟ୍ରକଟି ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା ବୋଲି ଜଣାଯାଇଛି। କୌଣସି କାରଣରୁ ଟ୍ରକର ଇଞ୍ଜିନରେ ସର୍ଟସର୍କିଟ ହୋଇ ନିଆଁ ଲାଗି ଯାଇଥିବା କୁହାଯାଉଛି। ଟ୍ରକର ଉଭୟ ପାର୍ଶ୍ୱର ଚକା (୪ଟି) ଜଳିଯାଇଛି।

publive-image

ଚଳନ୍ତା ଟ୍ରକରେ ନିଆଁ ଲାଗି ଜଳୁଥିବା ଦୃଶ୍ୟ ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ଜୋରରେ ଚିତ୍କାର କରିବା ପରେ ଏହାର ଚାଳକ ଗାଡ଼ିକୁ ଅଟକାଇଥିଲେ। ଗାଡ଼ିର ଚାଳକ ଓ ହେଲପର ଟ୍ରକରୁ ଡେଇଁପଡ଼ି ନିଜର ଜୀବନ ବଂଚାଇଥିବା ବେଳେ ସ୍ଥାନୀୟ ଲୋକ ଦମକଳ ବାହିନୀ ଓ ପୁଲିସକୁ ସଚୂନା ଦେଇଥିଲେ। ସୂଚନା ପାଇଁ ପୁଲିସ ଓ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି। ରିପୋର୍ଟ ଲେଖାଯିବା ବେଳକୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe