ନାଲକୋନଗର: ଅନଗୁଳ ଥାନା ଅନ୍ତର୍ଗତ ପୁଲିସ ଟ୍ରେନିଂ କଲେଜ ସମୁଖରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ୫୫ଜାତୀୟ ରାଜପଥରେ ଏକ ଟ୍ରକ ଅନଗୁଳ ଅଭିମୁଖେ ଯାଉଥିବା ବେଳେ ଉକ୍ତ ଟ୍ରକର ପଛଚକାରେ ହଠାତ ନିଆଁ ଲାଗିଥିଲା। ଗାଡି ଚାଳକ ପିଟିସି ସମୁଖ ରାସ୍ତା କଡରେ ଗାଡି ରଖି ପାଖରେ ଥିବା ଏକ ପାଣି ଟାଙ୍କିକୁ ପିଇବା ପାଣି ଆଣିବାକୁ ଯାଇଥିଲେ। କିଛି ସମୟ ମଧ୍ୟରେ ଜୋରରେ ନିଆଁ ଲାଗିଥିଲା। ପଛରୁ ଆସୁଥିବା ଜନେ ଯୁବକ ଅନଗୁଳ ଟ୍ରକ ଆସୋସିଏସନର କର୍ମଚାରୀ ରାଜକିଶୋର ପ୍ରଧାନ ଟ୍ରକ ଚକାରେ ନିଆଁ ଜଳୁଥିବା ନଜରକୁ ଆସିଥିଲା। ଉକ୍ତ ଟ୍ରକରେ କେହି ନଥିବା ଜାଣି ରାଜକିଶୋର ପିଟିସି ଛକ ନିକଟରେ ଥିବା ଦମକଳ ବିଭାଗକୁ ଯାଇ ଖବର ଦେଇଥିଲେ। ଖବର ପାଇ ଦମକଳ ବିଭାଗ ଉକ୍ତ ନିଆଁକୁ ଆୟତ୍ତ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us